www.samajalive.in
Friday, December 12, 2025
15.1 C
Bhubaneswar

ବିଧାନସଭା ପାଇଁ ୪୯ ଓ ଲୋକସଭା ପାଇଁ ୫ ନାମାଙ୍କନ ଦାଖଲ

ଭୁବନେଶ୍ୱର: ଚତୁର୍ଥ ପର୍ୟ୍ୟାୟ ବିଧାନସଭା ଆସନ ନିମନ୍ତେ ଶୁକ୍ରବାର ୧୭ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଲୋକସଭା ଆସନ ପାଇଁ ଆଜି କେବଳ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ୪୨ଟି ବିଧାନସଭା ଆସନ ନିମନ୍ତେ ସମୁଦାୟ ୪୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୬ଟି ଲୋକସଭା ଆସନ ପାଇଁ ସର୍ବମୋଟ ୫ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୯୫୬ଟି ଜାମିନ ବିହୀନ ଗିରଫ ପରୱାନା କାର୍ୟ୍ୟକାରୀ ହୋଇଛି। ସେହିପରି ୪୧୦୩୯ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖିଛି।

ଏବେ ସୁଦ୍ଧା ବିଭିନ୍ନ ଜିଲାରେ ୪୭୪୪ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଂପୃକ୍ତ ଜିଲା ପ୍ରଶାସନଠାରେ ଜିମା ଦିଆଯାଇଛି। ଲାଇସେନ୍ସ ନଥିବା ୧୯୮ଟି ଅସ୍ତ୍ରଶସ୍ତ୍ର ଏବଂ ୧୨୩୦.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି। ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ପ୍ରାୟ ୩ କୋଟି ୧୬ ଲକ୍ଷ ୯୭ ହଜାର ୩୬୯ ଟଙ୍କା ମୂଲ୍ୟର ମଦ ଜବତ କରାଯାଇଛି। ସେହିପରି ରାଜ୍ୟରେ ଫ୍ଲାଇଂ ସ୍କ୍ୱାଡ୍ ଏବଂ ପୁଲିସ ଦ୍ୱାରା ୧ କୋଟି ୯୬ ଲକ୍ଷ ୮୧ ହଜାର ୨୦୦ ଟଙ୍କା ଜବତ କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରି ସର୍ବସାଧାରଣ ସ୍ଥାନରେ ଲାଗିଥିବା ୨୭ ଲକ୍ଷ ୫୫ ହଜାର ୬୧୦ଟି ହୋର୍ଡିଂ, ପୋଷ୍ଟରକୁ ହଟାଇ ଦିଆଯାଇଛି। ଅପରପକ୍ଷେ ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ବିନା ଅନୁମତିରେ ଲାଗିଥିବା ୨ ଲକ୍ଷ ୪୧ ହଜାର ୯୭୭ଟି ହୋର୍ଡିଂ, ପୋଷ୍ଟର ମଧ୍ୟ ବାହାର କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories