mission shakti banner

ଓସ୍କାର ଠକେଇ: ସଭାପତି ଅବନୀଙ୍କ ଜାମିନ ଉପରେ ଶୁଣାଣି ଶେଷ

BSKY banner  750×100

କଟକ: ଓସ୍କାର ଗ୍ରୁଫ ଅଫ କମ୍ପାନିଜ କୋ-ଅପରେଟିଭ ସୋସାଇଟିର ସଭାପତି ଅବନୀ ପଟ୍ଟନାୟକଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ. ପି. ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ ଶୁକ୍ରବାର ଶୁଣାଣି ସମୟରେ ତଦନ୍ତକାରୀ ଅଧିକାରୀ ତଦନ୍ତ ସଂକ୍ରାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଜମାକାରୀଙ୍କ କୋଟିକୋଟି ଟଙ୍କା ଅତ୍ମସାତ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨୦୧୫ ମସିହା ଏପ୍ରିଲ ମାସ ୧୦ତାରିଖରେ ଏକ ଏତଲା ରୁଜୁ କରି ତଦନ୍ତ କରିବା ପରେ ୨୦୧୬ ଜୁନ ମାସ ୧୪ତାରିଖରେ ଅଭିଯୁକ୍ତ ଅବନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଜାମିନ ପାଇଁ ଅବନୀ ଚିଟଫଣ୍ଡ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ନାମଞ୍ଜୁର କରିଥିଲେ।

Comments are closed.