www.samajalive.in
Saturday, December 13, 2025
21.1 C
Bhubaneswar

ତାଜମହଲରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ, ଭିଡିଓ ଭାଇରାଲ

ଆଗ୍ରା : ତାଜମହଲରେ ଶାହାଜାହାନଙ୍କ ୩୬୪ ଉର୍ସ ଅବସରରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦିଆଯିବା ଭଳି ଏକ ଘଟଣା ପଦାକୁ ଆସିଛି। ଉର୍ସ ଅବସରରେ ଇବାଦତ କରାଯାଉଥିବା ସମୟରେ ଜଣେ ଯୁବକ ରାଜକୀୟ ଦ୍ୱାର (ରୟାଲ ଗେଟ) ନିକଟରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲା। ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ପ୍ରକାଶଯୋଗ୍ୟ ଯେ ଶାହାଜାହାନଙ୍କ ଉର୍ସ ପାଇଁ ତାଜମହଲରେ ପ୍ରବେଶ ଶୁଳ୍କ ନିଆ ଯାଇନଥିଲା। ଫଳରେ ତାଜମହଲରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ଅପରାହ୍ଣ ପ୍ରାୟ ସାଢେ ୩ଟା ସମୟରେ ଚାଦର ଚଢାଇବା ଦଳ ଆସିଥିଲା। ଢୋଲ ଓ ବାଜା ସହ ଆସୁଥିବା ଏହି ଦଳ ସହ ଜଣେ ଯୁବକ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇ ଆଗକୁ ବଢୁଥିବାର ଦେଖିବାକୁ ମିଳିଥିଲା। ଜଣେ ଲୋକ ସେଠାରେ ନିଜ ମୋବାଇଲରେ ଏହାର ଭିଡ଼ିଓ ଚିତ୍ର ଉତ୍ତୋଳନ କରିନେଇଥିଲା।
ଉର୍ସ କମିଟି ସଞ୍ଚାଳକ ସୟଦ ମୁନବର ଅଲ୍ଲୀ କହିଛନ୍ତି ଯେ ସେ ଏହି ଭିଡ଼ିଓ ଦେଖିଛନ୍ତି। କମିଟି ଏହି ଯୁବକ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବ ଓ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବ। ସିସିଟିଭି ଫୁଟେଜ୍ ଆଧାରରେ ଯୁବକଙ୍କୁ ଚିହ୍ନଟ କରାଯାଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories