www.samajalive.in
Saturday, December 13, 2025
21.1 C
Bhubaneswar

ଏସ୍‍ପି-ବିଏସ୍‍ପି ମେଣ୍ଟକୁ ଝଟକା; ବିଜେପିରେ ମିଶିଲେ ଗୋରଖପୁର ସାଂସଦ ପ୍ରବୀଣ ନିଷାଦ

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (ଏସ୍‍ପି)ର ସାଂସଦ ପ୍ରବୀଣ ନିଷାଦ ଦଳ ତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ ଗତ ବର୍ଷ ଗୋରଖପୁର ଉପନିର୍ବାଚନରେ ଏସ୍‍ପି ଓ ନିଷାଦ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା। ଏହି ମେଣ୍ଟରୁ ଗୋରଖପୁର ଉପନିର୍ବାଚନରେ ପ୍ରବୀଣ ନିଷାଦ ପ୍ରାର୍ଥୀ ହୋଇଥିଲେ। ପ୍ରବୀଣ ବିଜେପି ପ୍ରାର୍ଥୀଙ୍କୁ ହରାଇ ସେଠାରେ ବିଜୟୀ ହୋଇଥିଲେ। ସେତେବେଳେ ପ୍ରବୀଣଙ୍କୁ ବିଏସ୍‍ପି ସମେତ ଅନ୍ୟ ବିରୋଧୀଦଳଙ୍କ ସମର୍ଥନ ମିଳିଥିଲା। ପ୍ରବୀଣଙ୍କ ସମେତ ନିଷାଦ ଦଳ ଅଧ୍ୟକ୍ଷ ସଂଜୟ ନିଷାଦ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ନେତା ଜିପି ନଡ୍ଡା ଗୁରୁବାର ଦିଲ୍ଲୀଠାରେ ପ୍ରବୀଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପଦ ଦେଇଛନ୍ତି। ପ୍ରବୀଣ ନିଷାଦ ରାଜନୀତିରେ ଅଛନ୍ତି ଓ ସେ ଆଗକୁ ନିର୍ବାଚନ ଲଢିବେ ବୋଲି ଜେପି ନଡ୍ଡା କହିଛନ୍ତି । ତେବେ ସେ ଗୋରଖପୁର କିମ୍ବା ଅନ୍ୟ କେଉଁ ଆସନରୁ ନିର୍ବାଚନ ଲଢିବେ ତାହା ଜେପି ନଡ୍ଡା ସ୍ପଷ୍ଟ କରିନାହାନ୍ତି ।
ସୂଚନାଯୋଗ୍ୟ ଯେ ୧୯୯୧ରୁ ୨୦୦୪ ପର୍ଯ୍ୟନ୍ତ ଗୋରଖପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଜିତିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ୧୯୯୮ରୁ ୨୦୧୭ ପର୍ଯ୍ୟନ୍ତ ଗୋରଖପୁରରୁ ସାଂସଦ ଥିଲେ। ୨୦୧୭ରେ ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ସାଂସଦ ପଦ ଛାଡ଼ିବାକୁ ପଡ଼ିଥିଲା। ଫଳରେ ଏହି ଆସନ ପାଇଁ ଉପନିର୍ବାଚନ ହୋଇଥିଲା ଓ ଏଥିରେ ଏସ୍‍ପି- ନିଷାଦ ଦଳ ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories