ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅର୍ଥନୀତିଜ୍ଞ ଏବଂ ବଜାର ଅନୁରୂପ ଗୁରୁବାର ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ସୁଧହାର ୦.୨୫% ହ୍ରାସ କରିଥିବା ଘୋଷଣା କରିଛି। ଏ କ୍ରମରେ ସୁଧହାର ବା ରେପୋ ରେଟ୍ (ଆରବିଆଇଠାରୁ ବ୍ୟାଙ୍କଗୁଡ଼ିକ ନେଉଥିବା ସ୍ପଳ୍ପମିଆଦି ଋଣର ସୁଧହାର) ୨୫ ବିପିଏସ୍ ପଏଣ୍ଟ ହ୍ରାସ କରାଯାଇଛି । ଫଳରେ ରେପୋ ରେଟ୍ ଏବେ ୬.୨୫%ରୁ ହ୍ରାସ ପାଇ ୬%ରେ ପହଞ୍ଚିଛି। ସେହିପରି ରିଭର୍ସ ରେପୋ ରେଟ୍ (ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକରୁ ଆରବିଆଇ ନେଉଥିବା ଋଣର ସୁଧହାର) ହ୍ରାସ ପାଇ ୫.୭୫%ରେ ପହଞ୍ଚିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି।
ରେପୋ ରେଟ୍ ହ୍ରାସ ପାଇଥିବାରୁ ଏବେ ଲୋକଙ୍କ ମାସିକ ସମାନ କିସ୍ତି (ଇଏମ୍ଆଇ)ରେ ହ୍ରାସ ଘଟିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଗୃହ ଋଣ, କାର ଋଣ, ବ୍ୟକ୍ତିଗତ, ଶିକ୍ଷାଗତ ଋଣର ଇଏମ୍ଆଇ ଉପରେ ପ୍ରଭାବ ପଡ଼ିବ। ବର୍ତ୍ତମାନର ଅର୍ଥ ବ୍ୟବସ୍ଥାକୁ ଦେଖି ରେପୋ ରେଟ୍ ହ୍ରାସର ଆବଶ୍ୟକତା ଥିଲା ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଥିଲେ। ଆଶା ଅନୁସାରେ ରେପୋ ରେଟ୍ରେ ହ୍ରାସ କରାଯାଇଛି।
ଏହା ପୂର୍ବରୁ ଫେବୃଆରୀରେ ଆରବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ରେ ହ୍ରାସ କରାଯାଇଥିଲା। ଅର୍ଥାତ ଏହାକୁ ମିଶାଇ ଚଳିତ ବର୍ଷ ଦ୍ୱିତୀୟ ଥର ରେପୋ ରେଟ୍ରେ ହ୍ରାସ କରାଯାଇଛି।
ଆରବିଆଇ ସୁଧହାର ୦.୨୫% ହ୍ରାସ
Popular Categories



