www.samajalive.in
Wednesday, December 10, 2025
16.1 C
Bhubaneswar

ମୋଦୀ ନିଜ ପଦବୀ ସୁରକ୍ଷିତ ରଖିବାକୁ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଘୃଣା ଭାବ ସୃଷ୍ଟି କରୁଛନ୍ତି: ଓୱେସି

ହାଇଦ୍ରାବାଦ: କଂଗ୍ରେସର ‘ହିନ୍ଦୁ ଆତଙ୍କବାଦ’ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟାକୁ କଡ଼ା ସମାଲୋଚନା କରିଛନ୍ତି ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦ-ଉଲ-ମୁସଲିମୀନ ମୁଖ୍ୟ ଅସାଉଦ୍ଦିନ ଓୱେସି। ବିଜେପି ‘ବିଭାଜନ ଏବଂ ନିୟମ’ ନୀତି ଆପଣାଇଥିବାବେଳେ ମୋଦୀ ନିଜର ପଦବୀକୁ ସୁରକ୍ଷିତ ରଖିବା ଲାଗି ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛନ୍ତି ବୋଲି ଓୱେସି କହିଛନ୍ତି।

ମୋଦୀ ୱାରଧାଠାରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ‘ହିନ୍ଦୁ ଆତଙ୍କବାଦ’ ଭଳି ଶବ୍ଦ ବ୍ୟବହାର କରୁଛି। ଏହା ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛି। ୫୦୦୦ ବର୍ଷ ପୂରୁଣା ଆମ ସଂସ୍କୃତିରେ ପ୍ରଥମ ଥର ପାଇଁ କଂଗ୍ରେସ ହିନ୍ଦୁମାନଙ୍କୁ ଆତଙ୍କବାଦୀ କହି ପାପ କରିବା ସହ ସାରା ବିଶ୍ଵ ସମ୍ମୁଖରେ ହିନ୍ଦୁମାନଙ୍କୁ ଅପମାନିତ କରିଛି। ମୋଦୀଙ୍କ ଏପରି ବୟାନ ଉପରେ ପ୍ରିତିକ୍ରିୟା ରଖି ଓୱେସି ତାଙ୍କୁ ସମାଲୋଚନା କରିଛନ୍ତି। ଓୱେସି ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି, ମହାତ୍ମା ଗାନ୍ଧୀଙ୍କୁ ଯିଏ ହତ୍ୟା କରିଥିଲେ ସେ କିଏ ? ନାଥୁରାମ ଗଡ୍‌ସେ କ’ଣ ଓୱେସିଙ୍କ ଭାଇ ଥିଲେ ? ଆମକୁ କୁହ ସେ କିଏ ଥିଲେ ? ସେ କ’ଣ ଜଣେ ଆତଙ୍କବାଦୀ ନ ଥିଲେ ? ନାଁ ତୁମେ କହିପାରିବ ନାହିଁ। କାରଣ ତୁମେ ଫସିଯାଇଛି। ତୁମେ କେବଳ ହିନ୍ଦୁ ଏବଂ ମୁସଲମାନଙ୍କ ବିଷୟରେ କହି ଭାରତକୁ ଦୁର୍ବଳ କରୁଛ।

- Advertisement -

ଏହା ସହିତ ଓୱେସି ମୋଦୀଙ୍କୁ ଏକ ବିତର୍କ ପାଇଁ ଆହ୍ବାନ କରି କହିଛନ୍ତି, ପୂରା ଦେଶ ପ୍ରଧାନମନ୍ତ୍ରୀଙ୍କୁ ଦେଖୁଛି ଏବଂ ସେ ପ୍ରଧାନମନ୍ତ୍ରୀ ପଦରେ ରହିବା ସତ୍ବେ ଯେଉଁଭଳି ଭାଷା ପ୍ରୟୋଗ କରୁଛନ୍ତି ତାହାକୁ ଦେଶବାସୀ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories