www.samajalive.in
Monday, December 8, 2025
13.1 C
Bhubaneswar

ବାସ୍ତୁ ଅନୁଯାୟୀ ଲଗାନ୍ତୁ ଗୃହରେ ପରଦା; ହୋଇଥାଏ ବହୁ ସମସ୍ୟାର ସମାଧାନ

ସଭିଏଁ ଇଚ୍ଛା କରିଥାଆନ୍ତି କି ତାଙ୍କ ଘର ଖୁବ ସୁନ୍ଦର ଦେଖାଯାଉ। ଏହି କାରଣରୁ ସେମାନେ ଘରକୁ ସଜାଇବା, ଘରକୁ ରଙ୍ଗ କରିବା, ବିଭିନ୍ନ ପ୍ରକାରର ଆସବାବ ପତ୍ର କିଣିବା ଆଦି କରିଥାଆନ୍ତି। ଘରକୁ ଆକର୍ଷଣୀୟ କରିବା ପାଇଁ ଭିନ୍ନ ଭିନ୍ନ ରଙ୍ଗ ଓ ଡ଼ିଜାଇନର ପରଦା ଲଗାଇଥାଆନ୍ତି। ବହୁ ଲୋକେ ଘରର କାନ୍ଥ ରଙ୍ଗ ଅନୁଯାୟୀ ମଧ୍ୟ ପରଦା ଲଗାଇଥାଆନ୍ତି। ମାତ୍ର ଶାସ୍ତ୍ରରେ ପରଦାର ବିଶେଷ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ପରଦା ଲଗାଇବା ଆବଶ୍ୟକ ବୋଲି ଶାସ୍ତ୍ରରେ କୁହାଯାଇଛି।
ଶାସ୍ତ୍ରରେ କୁହାଯାଇଛି ଯେ, ପରଦା ଆମର ବହୁ ସମସ୍ୟାର ସମାଧାନ କରିବା ସହ ଆମକୁ ଘରର ଦିଗ ଅନୁଯାୟୀ ଭିନ୍ନ ରଙ୍ଗର ପରଦା ଲଗାଇବା ଉଚିତ। ଆସନ୍ତୁ ଜାଣିବା ….

courtesy : bonhomie – Pepperfry

ଯେଉଁ ପରିବାରର ସଦସ୍ୟଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥାଏ, ସେମାନେ ଦକ୍ଷିଣ ଦିଗରେ ଲାଲ ରଙ୍ଗର ପରଦା ଲଗାଇବା ଉଚିତ। ଘରର ଦକ୍ଷିଣ ଦିଗରେ ଲାଲ ରଙ୍ଗର ପରଦା ଲଗାଇବା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇଥାଏ। ଗୃହରେ ଶାନ୍ତିର ବାତାବରଣ ରହିଥାଏ।

- Advertisement -
courtesy : Justdial

ବହୁବାର ଏପରି ଦେଖାଯାଏ ଯେ, ଆମେ ଅଧିକ ପରିଶ୍ରମ କଲେ ମଧ୍ୟ ଆମକୁ ଆଶାନୁଯାୟୀ ଫଳ ଓ ସଫଳତା ମିଳିନଥାଏ। ଯଦି ଆପଣଙ୍କ ସହ ଏପରି ହୋଇଥାଏ, ତେବେ ଘରର ପଶ୍ଚିମ ଦିଗରେ ଧଳା ରଙ୍ଗର ପରଦା ଲଗାନ୍ତୁ। ଏପରି କରିବା ଦ୍ୱାରା ସମସ୍ୟାର ସମାଧାନ ହେବା ସହ କାର୍ଯ୍ୟରେ ସଫଳତା ମିଳିଥାଏ।

courtesy : amazon.in

ଯଦି ଆପଣଙ୍କ ପାଇଁ କରଜ କରିବା ଏକ ସମସ୍ୟା ପାଲଟି ଥାଏ ଓ ଟଙ୍କାପଇସା ଜନିତ ସମସ୍ୟା ଲାଗି ରହୁଥାଏ, ତେବେ ଆପଣ ନିଜ ଘରର ଉତ୍ତର ଦିଗରେ ନୀଳ ରଙ୍ଗର ପରଦା ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଖୁବ ଶୁଭଫଳ ମିଳିବ।

courtesy : Amazon.in

ସେହିଭଳି ଆପଣଙ୍କର ଚାକିରି ଜନିତ ସମସ୍ୟା ଥିଲେ, ଘରର ପୂର୍ବ ଦିଗରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଏପରି କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ ଓ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories