www.samajalive.in
Monday, December 8, 2025
13.1 C
Bhubaneswar

ଭୋଟ ପାଇଁ ଦାଦନ ଶ୍ରମିକଙ୍କୁ ଛୁଟି ଦେବାକୁ ନିବେଦନ

ଟିଟିଲାଗଡ : ଆସନ୍ତା ୧୧ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। କିନ୍ତୁ ବଲାଙ୍ଗୀର ଜିଲା ଟିଟିଲାଗଡ ଶଗଡଘାଟ ଗ୍ରାମର ଅନେକ ଓଡିଆ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି। ଭୋଟ ସମୟରେ ସେମାନେ ନିଜ ଗ୍ରାମକୁ ଫେରି ମତଦାନ କରିବାକୁ ଚାହୁଁଛନ୍ତି। ମାତ୍ର ସେମାନେ ରାଜ୍ୟ ବାହାରେ ଯେଉଁ ସ୍ଥାନରେ କାମ କରୁଛନ୍ତି ସେଠାକାର ମାଲିକ ସେମାନଙ୍କୁ ଛୁଟି ଦେଉ ନାହାଁନ୍ତି। ଏନେଇ ସେମାନଙ୍କ ସମ୍ପର୍କୀୟମାନେ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭୋଟ ସମୟ​‌ରେ ସେମାନଙ୍କୁ କିପରି ଗ୍ରାମକୁ ଫେରାଇ ଅଣାଯିବ ସେ ନେଇ ବ୍ୟବସ୍ଥା କରିବାକୁ ଦରଖାସ୍ତ ମାଧ୍ୟମରେ ନିବେଦନ କରିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories