www.samajalive.in
Monday, December 8, 2025
27.1 C
Bhubaneswar

ପ୍ରିୟଙ୍କାଙ୍କ ପ୍ରତି ବିଜେପି ନେତାଙ୍କ ଅଶାଳୀନ ମନ୍ତବ୍ୟ; କହିଲେ ‘ସ୍କର୍ଟୱାଲି’ ଶାଢ଼ି ପିନ୍ଧିଲେଣି, ତଥାପି କହୁଛନ୍ତି ‘ଅଚ୍ଛେଦିନ’ ଆସିନି

ମୀରଟ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପୋଷାକ ପରିଧାନକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ଜଣେ ବିଜେପି ନେତା। ଉତ୍ତରପ୍ରଦେଶର ମୀରଟଠାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବା ଅବସରରେ ବିଜେପି ନେତା ଜୟକରଣ ଗୁପ୍ତା ପ୍ରିୟଙ୍କାଙ୍କୁ ତାତ୍ସଲ୍ୟ କରି କହିଥିଲେ, ଦେଶରେ ଅଚ୍ଛେଦିନ(ଭଲ ଦିନ) ଆସିଲାଣି କି ନାହିଁ ସେ ନେଇ ସେ କେବଳ ପ୍ରଶ୍ନ କରି ଜାଣନ୍ତି। କଂଗ୍ରେସର ସବୁ ନେତାମାନେ ବଡ଼ ପାଟିରେ ଚିତ୍କାର କରୁଛନ୍ତି ଅଚ୍ଛେଦିନ ଆସିଲାଣି ? ଅଚ୍ଛେଦିନ ଆସିଲାଣି ? କିନ୍ତୁ ସେମାନଙ୍କୁ ଅଚ୍ଛେଦିନ ଦେଖାଯାଉନାହିଁ। ଯିଏ ସ୍କର୍ଟ ପିନ୍ଧୁଥିଲେ ସେ ଏବେ ଶାଢ଼ି ପିନ୍ଧି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଦିନେ ସେ ଗଙ୍ଗାଜଳଠାରୁ ଦୂରେଇ ରହୁଥିଲେ, ଏବେ ସେହି ପବିତ୍ର ଜଳ ଗ୍ରହଣ କରୁଛନ୍ତି। ଏହା କ’ଣ ଅଚ୍ଛେଦିନ ନୁହେଁ ବୋଲି ଗୁପ୍ତା ପ୍ରଶ୍ନ କରିଥିଲେ। ତେବେ ଗୁପ୍ତାଙ୍କ ଏହି ମନ୍ତବ୍ୟ ସମଗ୍ର ନାରୀ ଜାତି ପାଇଁ ଅପମାନ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ପ୍ରିୟଙ୍କାଙ୍କ ଉପରେ ଏପରି ବିଦ୍ରୂପ ମନ୍ତବ୍ୟ ଦେବା ଘଟଣା ପ୍ରଥମ ନୁହେଁ। ଗତ ସପ୍ତାହରେ ଶିଆ ୱାକଫ ବୋର୍ଡର ମୁଖ୍ୟ ୱାସିମ ରିଜଭୀ ମଧ୍ୟ ଅନୁରୂପ ଏକ ମନ୍ତବ୍ୟ ଦେଇଥିଲେ। ସେ ପ୍ରିୟଙ୍କାଙ୍କ ଉଦ୍ଦେଶ୍ୟରେ କହିଥିଲେ, ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ସୁନ୍ଦର। ସେ ରାଜନୀତିରେ ରହିବା ଉଚିତ ନୁହେଁ। ସେ ଯଦି ଚାହିଁଥାନ୍ତେ ଆମେ ତାଙ୍କୁ ‘ରାମ ଜନ୍ମଭୂମି’ ଚଳଚ୍ଚିତ୍ରରେ ଜାଫର ଖାନର ବୋହୂ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ଦେଇଥାନ୍ତୁ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories