mission shakti banner

କଂଗ୍ରେସ ନିର୍ବାଚନୀ ଇସ୍ତାହାର ବିପଦଜନକ – ଜେଟଲୀ

BSKY banner  750×100

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ବିପଦଜନକ ଏବଂ କଳ୍ପନା ବାହାରେ ବୋଲି କହିଛି। ବିଜେପି ମୁଖ୍ୟାଳୟରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସମ୍ବାଦଦାତା ସମ୍ମିଳନୀରେ କହିଛନ୍ତି, କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଯାହା ଘୋଷଣା କରିଛି, ସେଥିପାଇଁ ଗୋଟିଏ ବି ଭୋଟ ପାଇବାକୁ ଯୋଗ୍ୟ ନୁହେଁ। ସେ କହିଛନ୍ତି, କଂଗ୍ରେସ ଶାସିତ ପାଞ୍ଚଟି ରାଜ୍ୟରେ କୃଷି ଋଣ ଛାଡ଼ ପାଇଁ ଘୋଷଣା କରିଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର କଂଗ୍ରେସ ଜାରି କରିଥିବା ଇସ୍ତାହାରରେ ବେରୋଜଗାରୀ ସମସ୍ୟା, କୃଷକ ସମସ୍ୟା ଏବଂ ମହିଳାମାନଙ୍କ ସୁରକ୍ଷା ଆଦି ବିଷୟ ପ୍ରତି ଧ୍ୟାନ ଦେବାକୁ ଘୋଷଣା କରିଛି। ଯଦି ପାର୍ଟି କ୍ଷମତାକୁ ଆସେ ଏହି ସବୁ ସମସ୍ୟା ଦୂର କରିବା ଦିଗରେ ପାର୍ଟି କାର୍ଯ୍ୟ କରିବ ବୋଲି କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲକ୍ଷ୍ୟ କରି କହିଛନ୍ତି, ତାଙ୍କ ଇସ୍ତାହାର ଜଣେ ନୁହେଁ ସମସ୍ତଙ୍କ ଆବଶ୍ୟକତାକୁ ପୁରଣ କରିବ। ଦେଶବ୍ୟାପି ବିଚାର ବିମର୍ଶ ପରେ ଏଭଳି ଦୃଢ଼ ଇସ୍ତାହାର ପ୍ରସ୍ତୁତ କରାଯାଇଛି ଯାହା ଦେଶର ମୁଖ୍ୟ ସମସ୍ୟା ଗୁଡିକ ସମାଧାନ ଦିଗରେ ସହଯୋଗ କରିବ ବୋଲି କଂଗେସ ଅଧ୍ୟକ୍ଷ କହିଛନ୍ତି।

Comments are closed.