www.samajalive.in
Friday, December 12, 2025
26.1 C
Bhubaneswar

କଂଗ୍ରେସର ଇସ୍ତହାର ଘୋଷଣା ; ୫ଟି ବିଷୟକୁ ଗୁରୁତ୍ବ, ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ ପାଇଁ ଆହ୍ବାନ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତହାର ଘୋଷଣା କରାଯାଇଛି । ପୁଣି ଥରେ ’ଗରିବୀ ହଟାଓ’କୁ ପ୍ରସଙ୍ଗ କରି କଂଗ୍ରେସ ଇସ୍ତହାର ଘୋଷଣା କରିଛି । ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ, କୃଷି ପାଇଁ ସ୍ବତନ୍ତ୍ର ବଜେଟ, ଇନ୍ଧନକୁ ଜିଏସଟି ଅଧୀନକୁ ଆଣିବା, ଯୁବକଙ୍କୁ ରୋଜଗାର, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ଆଦି ୫ଟି ବିଷୟକୁ ଏଥିରେ ଗୁରୁତ୍ବ ପ୍ରଦାନ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ଇସ୍ତହାର ଘୋଷଣା କରିଛନ୍ତି । ଏହାର ନାମ ରଖାଯାଇଛି ’ଜନ ଆ​ୱାଜ’।

୫ଟି ପ୍ରମୁଖ ପ୍ରସଙ୍ଗ

୧. କ୍ଷମତାକୁ ଆସିଲେ କଂଗ୍ରେସ ୨୦ ପ୍ରତିଶତ ଗରିବଙ୍କ ପାଇଁ ’ସର୍ବନିମ୍ନ ଆୟ ଯୋଜନା’ର ପ୍ରତିଶୃତି ଦେଇଛି। ଗରିବଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କାର ଟଙ୍କାର ସହାୟତା ପ୍ରଦାନ କରାଯିବ।

- Advertisement -

୨. ୨୨ ଲକ୍ଷ ସରକାରୀ ନିଯୁକ୍ତି, ଗ୍ରାମପଞ୍ଚାୟତ ସ୍ତରରରେ ୧୦ ଲକ୍ଷ ନିଯୁକ୍ତି, ବ୍ୟବସାୟ ଆରମ୍ଭ କରିବା ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଯୁବକମାନଙ୍କୁ କୌଣସି ଅନୁମତି ନେବାକୁ ପଡିବ ନାହିଁ

୩.ମନରେଗା ଅଧୀନରେ ଶ୍ରମ ଦିବସ ସଂଖ୍ୟା ୧୦୦ରୁ ୧୫୦ ଦିନକୁ ବୃଦ୍ଧି

୪.କୃଷି ପାଇଁ ସ୍ବତନ୍ତ୍ର ବଜେଟ, କୃଷି ଋଣ ସୁଝି ନ ପାରିଲେ କୃଷକଙ୍କ ବିରୁଦ୍ଧରେ ଅପରାଧିକ ମାମାଲା ଲାଗୁ ହେବ ନାହିଁ

୫. ଜିଡିପିର ୬ ପ୍ରତିଶତ ଶିକ୍ଷା ପାଇଁ ବ୍ୟୟ କରାଯିବ। ବିଶ୍ବବିଦ୍ୟାଳୟ, ଆଇଆଇଟି, ଆଇଆଇଏମ ସମେତ ଶ୍ରେଷ୍ଠ ଶିକ୍ଷା ସଂସ୍ଥାନରେ ଗରିବ ଯେପରି ପାହଞ୍ଚି ପାରିବେ ତାହାକୁ ସରଳ କରାଯିବ।

Image Credit : Khabar ndtv. Com

୨୦୩୦ ସୁଦ୍ଧା ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ  ପୂର୍ବ ଘୋଷଣା ଅନୁଯାୟୀ  ’ନ୍ୟାୟ’ ଯୋଜନାରେ ଗରିବଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଦଳର ଇସ୍ତହାରରେ ଘୋଷଣା କରାଯାଇଛି।  ବେକାରଙ୍କୁ ନିଯୁକ୍ତି ପ୍ରଦାନ ତଥା ଯୁବକଙ୍କୁ ରୋଜଗାର କାର୍ଯ୍ୟକ୍ରମ ଅଧୀନରେ ୨୦୨୨ ସୁଦ୍ଧା ୨୨ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶୃତି ଦିଆଯାଇଛି । ସେହିପରି ମନରେଗା ଅଧିନରେ ଶ୍ରମ ଦିବସ ସଂଖ୍ୟା ବୃଦ୍ଧିକରି  ବର୍ଷକୁ ୧୫୦ ଦିନର କର୍ମ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଇସ୍ତହାରରେ ଘୋଷଣା କରାଯାଇଛି । ୨ ବର୍ଷ ମଧ୍ୟରେ ପେଟ୍ରୋଲିୟମ ଜାତ ସାମଗ୍ରୀ ବା ଇନ୍ଧନକୁ ଜିଏସଟି ଅଧୀନକୁ ଆଣିବା ପାଇଁ କଂଗ୍ରେସ ଇସ୍ତହାରରେ ପ୍ରତିଶୃତି ଦିଆଯାଇଛି । କୃଷି ପାଇଁ ସ୍ବତନ୍ତ ବଜେଟ ଆଗତ କରିବା, ଜାମ୍ମୁ-କାଶ୍ମୀରରେ ଲାଗୁ ହୋଇଥିବା ଆଫସା ଆଇନର ସମୀକ୍ଷା ଆଦି ବିଷୟକୁ ଇସ୍ତହାରରେ ମଧ୍ୟ ସ୍ଥାନିତ କରାଯାଇଛି।

ଏହି ଅବସରରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ମୋଦୀ ସରକାରଙ୍କ ବିଫଳତାକୁ ନେଇ ରାହୁଲ ବର୍ଷିଛନ୍ତି । ନିଜକୁ ଚୌକିଦାର କହୁଥିବା ମୋଦୀ, ଅନୀଲ ଅମ୍ବାନୀ, ନୀରବ ମୋଦୀ, ମେହୁଲ ଚୋକସୀ, ବିଜୟ ମାଲ୍ୟା ପ୍ରମୁଖଙ୍କୁ ସହାୟତା କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଦଳୀୟ ଇସ୍ତହାର ଉନ୍ମୋଚିତ ହୋଇଛି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories