www.samajalive.in
Friday, December 12, 2025
19.1 C
Bhubaneswar

ହାର୍ଦ୍ଦିକ ପଟେଲଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲଙ୍କୁ ସୁପ୍ରିମକୋର୍ଟ ପୁଣି ଏକ ଝଟକା ଦେଇଛନ୍ତି । ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ସୀମା ମଧ୍ୟରେ ତାଙ୍କ ମାମଲାର ଣୁଣାଣି କରିବାକୁ ଦାର୍ଦ୍ଦିକ ପଟେଲ ଆଗ୍ରହ ପ୍ରକାଶ କରି ସୁପ୍ରିମକୋର୍ଟରେ ନିବେଦନ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ମାମଲାର ତତ୍କାଳ ଶୁଣାଣି କରିବେ ନାହିଁ ବୋଲି ମନା କରିଦେଇଛନ୍ତି ।

ସୂଚନାଯୋଗ୍ୟ, ଏକ ଦଙ୍ଗା ମାମଲାରେ ହାର୍ଦ୍ଦିକ ପଟେଲ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏହା ଉପରେ ରହିତାଦେଶ ଲାଗି ସେ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ । ଗୁଜରାଟ ହାଇକୋର୍ଟ ଏହାକୁ ମାର୍ଚ୍ଚ ୨୯ରେ ଅଗ୍ରାହ୍ୟ କରି ଦେଇଥିଲେ । ଫଳରେ ହାର୍ଦ୍ଦିକ ଲୋକସଭା ନିର୍ବାଚନ ଲଢିବା ଅସମ୍ଭବ ହୋଇପଡିଛି। ଗୁଜରାଟ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ହାର୍ଦ୍ଦିକ ପଟେଲ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ନାମାଙ୍କନ ପତ୍ର ଦାଲଖର ଶେଷ ତାରିଖ ୪ ଏପ୍ରିଲ ହୋଇଥିବାରୁ ଏହି ମାମଲାର ତତ୍କାଳ ଶୁଣାଣି ପାଇଁ ହାର୍ଦ୍ଦିକ ପଟେଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟ ତତ୍କାଳ ଶୁଣାଣି ପାଇଁ ମନା କରି ଦେଇଛନ୍ତି ।

- Advertisement -

୨୦୧୫ ଜୁଲାଇରେ ପଟିଦାର ସମ୍ପ୍ରଦାୟ ପାଇଁ ସଂରକ୍ଷଣ ସୁବିଧା ଦାବି କରି ହୋଇଥିବା ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ଦଙ୍ଗା ହୋଇଥିଲା । ଏହି ଦଙ୍ଗା ମାମଲାରେ ସେସନ୍ସ କୋର୍ଟ ହାର୍ଦ୍ଦିକଙ୍କୁ ଦୋଷୀ ସାବସ୍ତ୍ୟ କରି ୨ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ପରେ ୨୦୧୮ ଅଗଷ୍ଟରେ ଗୁଜରାଟ ହାଇକୋର୍ଟ ହାର୍ଦ୍ଦିକଙ୍କ ଉପରେ ହୋଇଥିବା ଦଣ୍ଡାଦେଶକୁ ଖାରଜ କରି ଦେଇଥିବା ବେଳେ ତାଙ୍କ ଦୋଷକୁ କାଏମ ରଖିଥିଲେ ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories