ଭବାନୀପାଟଣା: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି ଏଠାରେ ବିଜେପି ସରକାର ଆଣିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ବାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓଡ଼ିଶା ଆସି ବିଜେପି ପାଇଁ ପ୍ରଚାର କରିଛନ୍ତି। ଏକ ସପ୍ତାହ ମଧ୍ୟରେ ମୋଦୀଙ୍କର ଏହା ୨ୟ ଓଡ଼ିଶା ଗସ୍ତ। ଏହି ଅବସରରେ ସେ କଳାହାଣ୍ଡି ଜିଲାର ଭବାନୀପାଟଣାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ମୋଦୀ କହିଥିଲେ, କଳାହାଣ୍ଡିରେ ରାଜୀବ ଗାନ୍ଧୀ କହିଥିଲେ ଟଙ୍କା ଗାଁରେ ପହଞ୍ଚୁନି। ଦିଲ୍ଲୀରୁ ୧ ଟଙ୍କା ପଠାଇଲେ ଗାଁରେ ୧୫ ପଇସା ପହଞ୍ଚୁଛି। ପ୍ରଧାନମନ୍ତ୍ରୀ ଯଦି ଜାଣିଥିଲେ ତାର ପ୍ରତିକାର ସେ କ’ଣ କରିଥିଲେ। ଡାକ୍ତର ରୋଗ ଜଣାଇଲେ କିନ୍ତୁ ଔଷଧ ଦେଲେନି। କେବଳ ମୋଦୀ ରୋଗ ଚିହ୍ନେ ଏବଂ ତା’ ପାଇଁ କଡ଼ା ଔଷଧ ଦିଏ। ନିର୍ବାଚନ ଆସିଲେ ସେମାନଙ୍କର ଗରିବଙ୍କ କଥା ମନେପଡ଼େ। ଗରିବଙ୍କ ମାଳାଜପି ସେମାନେ ଭୋଟ ହାତେଇଥାନ୍ତି। ଏତେ ବର୍ଷରେ କଂଗ୍ରେସ ଯାହା କରି ନ ଥିଲା ଆମେ ତାହା ୫ବର୍ଷରେ କରିଛୁ ବୋଲି ମୋଦୀ କହିଥିଲେ।
Popular Categories



