ତମାଖୁ ସେବନ କରି ଅସୁନ୍ଦର ହୋଇଯାଇଥିବା ଦାନ୍ତକୁ ଚମକାଇବାର ଉପାୟ

ଆମ ଦେଶରେ ପ୍ରାୟ ବହୁତ ଲୋକ ପାନ ବା ତମାଖୁ ସେବନ କରିଥାଆନ୍ତି। ଆଜିକାଲି ବହୁତ କମ୍ ବୟସର ଲୋକେ ମଧ୍ୟ ଏହି ଖରାପ ଅଭ୍ୟାସକୁ ଗ୍ରହଣ କରି ନିଜର ନିତିଦିନିଆ ଅଭ୍ୟାସରେ ପରିଣତ କଲେଣି। ଏହି ତମାଖୁ ସେବନ ସେମାନଙ୍କ ପାଇଁ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହେବ ଜାଣିବା ପରେ ମଧ୍ୟ ଲୋକେ ଏହାକୁ ଛାଡ଼ୁ ନାହାନ୍ତି। ତେବେ କିଛି ଲୋକ ତମାଖୁ ଛାଡ଼ି ପାରନ୍ତି ନାହିଁ ହେଲେ ଏହାର ସେବନ ଦ୍ବାରା ଅସୁନ୍ଦର ହୋଇଯାଉଥିବା ତାଙ୍କ ଦାନ୍ତ ପାଇଁ ସେମାନେ ଖୁବ୍ ଚିନ୍ତିତ ହୋଇଥାଆନ୍ତି। ତେବେ ଏପରି କିଛି ଉପାୟ ରହିଛି ଯାହାକୁ ଅବଲମ୍ବନ କରିବା ଦ୍ବାରା ତମାଖୁ ଖାଇବା ଦ୍ବାରା ଅସୁନ୍ଦର ହୋଇ ପଡ଼ୁଥିବା ଆପଣଙ୍କ ଦାନ୍ତକୁ ଆପଣ ଚମକାଇ ପାରିବେ। ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ –

ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଓରାଲ କ୍ଲିନ୍ କରିବାକୁ ପଡ଼ିବ। ଓରାଲ କ୍ଲିନ୍ ଅର୍ଥ ଦୁଇ ଥର ବ୍ରଶ୍ କରିବା, ମାଉଥ ଓ୍ବାଶ୍ ଏବଂ ଦିନକୁ ଥରେ ଫ୍ଲାସ୍ କରିବା ଆବଶ୍ୟକ। ଯାହା ଦ୍ବାରା ଆପଣଙ୍କ ଦାନ୍ତ ସଫା ରହିଥାଏ।

ଦାନ୍ତକୁ ସଫା ରଖିବାକୁ ହେଲେ ଆପଣଙ୍କୁ କେତେକ ଘରୋଇ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଏଥିପାଇଁ ୧ମିନିଟ୍ ଯାଏଁ ବେକିଙ୍ଗ୍ ସୋଡ଼ାରେ ଦାନ୍ତ ଘଷି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ୧-୨ ସପ୍ତାହ ଯାଏଁ ଏପରି କରିବା ଦ୍ବାରା ଆପଣଙ୍କୁ ଫରକ ଅନୁଭବ ହେବ। ମାତ୍ର ଧିରେଧିରେ ଏପରି କରିବା କମ୍ କରିଦିଅନ୍ତୁ। କାରଣ ନିୟମିତ ଏହା କରିବା ଭଲ ହୋଇନଥାଏ।

Comments are closed.