www.samajalive.in
Saturday, December 13, 2025
15.1 C
Bhubaneswar

୯୭ଟି ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୧୮ରେ ଭୋଟ୍‍ ଗ୍ରହଣ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୭ଟି ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୧୮ରେ ଭୋଟ୍‍ ଗ୍ରହଣ ହେବ। ତାମିଲନାଡୁର ସମସ୍ତ ୩୯ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ, କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତରପ୍ରଦେଶର ୮ଟି, ଆସାମ ଓ ବିହାରର ୫ଟି ଲେଖାଏଁ, ଜାମ୍ମୁ କାଶ୍ମୀରର ଦୁଇଟି ଏବଂ ମଣିପୁର, ତ୍ରିପୁରା ଓ ପୁଡ଼ୁଚେରୀର ଗୋଟିଏ ଲେଖାଏଁ ଆସନରେ ଏହି ପର୍ଯ୍ୟାୟରେ ଭୋଟ୍‍ ଗ୍ରହଣ ହେବ।

ଆସାମରେ ୬ଜଣ ପ୍ରାର୍ଥୀ ସେମାନଙ୍କର ମନୋନୟନ ପତ୍ର ପ୍ରତ୍ୟାହାର କରିନେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ପାଞ୍ଚଟି ଆସନ ପାଇଁ ଏବେ ମୋଟ୍‍ ୫୦ଜଣ ପ୍ରାର୍ଥୀ ଅଛନ୍ତି। ବିହାରରେ ଦୁଇ ଜଣ ପ୍ରାର୍ଥୀ ମନୋନୟନ ପତ୍ର ପ୍ରତ୍ୟାହାର କରିବା ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୬୯ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବ। କର୍ଣ୍ଣାଟକରେ ଶୁକ୍ରବାର ୩୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଛନ୍ତି।

- Advertisement -

ଏପ୍ରିଲ୍‍ ୧୮ରେ ଅନୁଷ୍ଠିତ ହେଉଥିବା ରାଜ୍ୟର ୧୪ଟି ଲୋକସଭା ଆସନ ପାଇଁ ୨୪୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରିବେ। ବାଙ୍ଗାଲୋର ନର୍ଥ ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩୧ଜଣ ପ୍ରାର୍ଥୀ ଥିବାବେଳେ ହାସାନ୍‍ରେ ସବୁଠାରୁ କମ୍‍ ୬ଜଣ ପ୍ରାର୍ଥୀ ଅଛନ୍ତି। ପ୍ରଥମ ପର୍ଯ୍ୟାୟ
ନିର୍ବାଚନରେ ଯେଉଁ ପ୍ରମୁଖ ପ୍ରାର୍ଥୀମାନେ ଅଛନ୍ତି ସେମାନଙ୍କ ମଧ୍ୟରେ ଟୁମ୍‍କୁର ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍.ଡି. ଦେବେଗୌଡ଼ା ଏବଂ ହାସାନ୍‍ ଆସନରୁ ତାଙ୍କର ନାତି ପ୍ରଜ୍ୱଲ ରେବାନ୍ନା ଓ ମାଣ୍ଡ୍ୟା ଆସନରୁ ତାଙ୍କର ଆଉ ଜଣେ ନାତି ନିଖିଲ କୁମାର ସ୍ୱାମୀ। ବାଙ୍ଗାଲୋର ନର୍ଥ ଆସନରୁ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ନିର୍ବାଚନ ଲଢ଼ୁଥିବାବେଳେ ଚିକାବାଲାପୁରା ଆସନରୁ ବରିଷ୍ଠ କଂଗ୍ରେସ ନେତା ବିରାପ୍ପା ମୋଇଲି, ବାଙ୍ଗାଲୋର ସାଉଥ୍‍ ଆସନରୁ ବି.କେ. ହରିପ୍ରସାଦ ଏବଂ ବାଙ୍ଗାଲୋର ନର୍ଥରୁ କର୍ଣ୍ଣାଟକର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ କ୍ରିଷ୍ଣା ବିରେ ଗୌଡ଼ା ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories