www.samajalive.in
Saturday, December 13, 2025
15.1 C
Bhubaneswar

ସମ୍ବଲପୁର ଜିଲା ଓକିଲ ସଂଘ ନିର୍ବାଚନ : ପୁଣି ବିଜୁ ସଭାପତି ଓ ପ୍ରବୀଣ ସାଧାରଣ ସମ୍ପାଦକ

ସମ୍ବଲପୁର : ସମ୍ବଲପୁର ଜିଲା ଓକିଲ ସଂଘର ନିର୍ବାଚନ ଶନିବାର ଦିନ ଶେଷ ହୋଇଯାଇଛି। ଏହାର ଫଳାଫଳ ଶନିବାର ରାତ୍ରି ପ୍ରାୟ ୧୦ଟା ସମୟରେ ଘୋଷଣା ହୋଇଛି। ନିର୍ବାଚନୀ ଫଳାଫଳ ଅନୁଯାୟୀ, ବିଜିତେନ୍ଦ୍ରୀୟ ପ୍ରଧାନ ତାଙ୍କର ପ୍ରତିଦ୍ୱନ୍ଦୀ ରାଜେନ୍ଦ୍ର କୁମାର ଗୁରୁଙ୍କ ଠାରୁ ୩୦ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ସେ ସମୁଦାୟ ୨୬୫ଖଣ୍ଡ ଭୋଟ୍ ପାଇ ପୁର୍ନବାର ସଭାପତି ହୋଇଛନ୍ତି। ସେହିଭଳି ସାଧାରଣ ସମ୍ପାଦକ ନିର୍ବାଚନରେ ପ୍ରବୀଣ ସିଂଦେଓ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୪୯ ଖଣ୍ଡ ଭୋଟ ଅଧିକ ସହିତ ସମୁଦାୟ ୨୮୦ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ସେହିପରି ଉପ ସଭାପତି ଭାବରେ ସୁରେନ୍ଦ୍ର କୁମାର ମହାନ୍ତି, ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ପ୍ରଦ୍ୟୋତ କୁମାର ଶର୍ମା, ସହାୟକ ଯୁଗ୍ମ ସଚିବ ପ୍ରମୋଦ କୁମାର ଦୋରା ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମନୋରଞ୍ଜନ ପଣ୍ଡା, ସବିନୟ ପୁଜାରୀ, ରାଜେଶ ସାହୁ, ପଞ୍ଚାନନ ଦାସ, ସୁତାପା ମିତ୍ର ଓ ଶିବ କୁମାର ଦିୱାନ ନିର୍ବାଚିତ ହୋଇଛନ୍ତି। ନିର୍ବାଚନକୁ ପରିଚାଳନା କରିଥିଲେ ପ୍ରମୋଦ ସୁପକାର ଓ ସୟଦ ଫାରୁକ। ନିର୍ବାଚନ ପରିଚାଳନାରେ ଆତିଶ ପଣ୍ଡା, ବନ୍ଦିତା ମିଶ୍ର, ବେଦବ୍ୟାସ ସୁପକାର, ବସନ୍ତପ୍ରିୟା ମିଶ୍ର ଓ ପ୍ରଶାନ୍ତ କର ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories