www.samajalive.in
Friday, December 12, 2025
16.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖରାଦିନେ ପିଅନ୍ତୁ ଏହି ପାନୀୟ

ଖରାଦିନ ଆରମ୍ଭ ହୋଇସାରିଲାଣି। ଏହି ଦିନରେ ଆମକୁ ଅଧିକ ଶୋଷ ହେବା, ହାଲିଆ ଅନୁଭୂତ ଏହା ସହ ଶରୀରରେ ଶକ୍ତିର ପରିମାଣ କମି ଥାଏ। ଏଭଳି ସମୟରେ ଆମକୁ ବିଭିନ୍ନ ପ୍ରକାରର ପାନୀୟ ପିଇଲେ ଖୁବ ଆରାମ ଅନୁଭୂତ ହୋଇଥାଏ। ହାଲିଆ ଲାଗିବାରୁ ମୁକ୍ତି ମିଳିଥାଏ। ସେଭଳି କିଛି ସ୍ୱାସ୍ଥ୍ୟକର ପାନୀୟ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଯାହାକୁ ପିଇବା ଦ୍ୱାରା ଆବଶ୍ୟକୀୟ ଶକ୍ତି ଓ ପୋଷକ ତତ୍ତ୍ୱ ମିଳିଥାଏ। ଜାଣନ୍ତୁ କେଉଁ ପାନୀୟ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀର ପାଇଁ ଲାଭଦାୟକ ହୋଇଥାଏ….
ତରଭୂଜ ଜୁସ –
ତରଭୂଜରେ ୯୬ ଭାଗ ଜଳ ରହିବା ସହ ଭିଟାମିନ ଏ, ବି୬, ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ତେଣୁ ଏହା ଖରାଦିନ ପାଇଁ ଏକ ଉତ୍ତମ ପାନୀୟ ସହ ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ। ତରଭୂଜ ଜୁସ ପିଇବା ଦ୍ୱାରା ହାଲିଆ ଅନୁଭବ ହୋଇନଥାଏ। ଶକ୍ତି ମିଳିଥାଏ।
ଲେମ୍ବୁ ପାଣି –
ଲେମ୍ବୁ ପାଣିରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ସି ଓ ଶକ୍ତିଶାଳୀ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଏହାସହ ଏହାକୁ ପିଇବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ।
ପଇଡ଼ ପାଣି –
ପଇଡ଼ ପାଣି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏଥିରେ ଭିଟାମିନ ସି ସହ ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି। ତେଣୁ ଖରାଦିନେ ଏହାକୁ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ହାଲିଆ ଅନୁଭବ ହୋଇନଥାଏ।
ଦହି –
ଆପଣ ନିୟମିତ ଦହିରେ ଅଳ୍ପ ପାଣି ମିଶାଇ ଏଥିରେ ଚିନି ପକାଇ ପେଷି ଦିଅନ୍ତୁ। ଏହାକୁ ନିମୟିତ ପିଇଲେ ପେଟ ଥଣ୍ଡା ରହିବା ସହ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ମିଳିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories