ବଲାଙ୍ଗୀର : ବଲାଙ୍ଗୀର ଜିଲା ପୁଇଁତଳା ବିଡିଓ ସରୋଜ କୁମାର ମିଶ୍ରଙ୍କୁ ଶୁକ୍ରବାର ଅପରାହ୍ନରେ ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସ ନେତା ରଘୁନାଥ ଗୁରାଣ୍ଡି ଅପହରଣ କରିଥିବା ବଲାଙ୍ଗୀର ଏସପି କେ. ଶିବା ସୁବ୍ରମଣି ସୂଚନା ଦେଇଛନ୍ତି। ଅପରହଣ କରିବାର କିଛି ଘଣ୍ଟା ପରେ ବିଡିଓ ଉପଜିଲାପାଳ କାର୍ଯ୍ୟାଳୟକୁ ଚାଲି ଚାଲି ଆସିଥିଲେ। ପରେ ବିଡିଓଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସମସ୍ତ ସହଯୋଗୀ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି। ସୂଚନା ଅନୁସାରେ ବିଡିଓଙ୍କୁ ଅପହରଣ କରିବା ପରେ ସମସ୍ତ ଘଟଣା ସିସିଟିଭିରେ ରେକର୍ଡ ହୋଇଥିବା ଜାଣି ଦୁବୃର୍ତ୍ତ ବିଡିଓଙ୍କୁ ଛାଡି ଦେଇଥିଲେ। କଂଗ୍ରେସ ଦଳ ବ୍ଲକ ଉପାଧ୍ୟକ୍ଷ ରଘୁନାଥ ଗୁରାଣ୍ଡିକୁ ବହିଷ୍କାର କରିଛି।
ସୂଚନାଯୋଗ୍ୟ ଶୁକ୍ରବାର ୧୦ ରୁ ୧୨ ଜଣ ଦୁବୃର୍ତ୍ତ ୪ଟାରୁ ୪.୩୦ ମିନିଟ ସମୟରେ ବିଡିଓଙ୍କ କାର୍ଯ୍ୟାଳୟରୁ ବିଡିଓଙ୍କୁ ଅପହରଣ କରିଥିଲେ।
ଉଦ୍ଧାର ହେଲେ ଅପହୃତ ବିଡିଓ
Popular Categories



