www.samajalive.in
Wednesday, December 10, 2025
14.1 C
Bhubaneswar

ବିଜେପିର ଦ୍ୱାଦଶ ଲୋକସଭା ପ୍ରାର୍ଥୀ ତାଲିକା ପ୍ରକାଶିତ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପିର ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶର ୩ଟି ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଜାମ୍ମୁ କାଶ୍ମୀର ଏବଂ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ବାଲଘାଟ ଲୋକସଭା ଆସନରୁ ଢାଲ ସିଂହ ବିସେନ, ରାଜଗଡ଼ରୁ ରୋଡମଲ ନାଗର, ଖରଗୋନ (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନରୁ ଗଜେନ୍ଦ୍ର ପଟେଲ, ରାଜସ୍ଥାନର ଚୁରୁ ଲୋକସଭା ଆସନରୁ ରାହୁଲ କାସୱାନ, ଅଲୱର ଲୋକସଭା ଆସନରୁ ବାଳକନାଥ, ବାଂସୱାଡ଼ରୁ କମଳନାଥ କଟାରା, କର୍ଣ୍ଣାଟକର ଚିକୋଡ଼ି ଲୋକସଭା ଆସନରୁ ଉନ୍ନାସାହେବ ଜୋଲେ, ରାୟଚୁର (ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ) ଆସନରୁ ରାଜା ଅମରେଶ ନାୟକ, କେପଲରୁ ସଗନ୍ନା କରାଡ଼ିଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଜାମ୍ମୁ କାଶ୍ମୀରର ଲଦାଖ ଲୋକସଭା ଆସନରୁ ଜାମିୟାଙ୍ଗ ସେରିଙ୍ଗ ନାଗଗ୍ୟାଲ, ମହାରାଷ୍ଟ୍ରର ମାଢା ଲୋକସଭା ଆସନରୁ ରଂଜିତ ସିଂହ ନାୟକ ନିମ୍ବାଲକରଙ୍କୁ ପ୍ରାର୍ଥୀ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ସାରା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଅପ୍ରେଲ ୧୧ରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅପ୍ରେଲ ୧୯ରେ, ତୃତୀୟ ପର୍ଯ୍ୟାୟ ମତଦାନ ଅପ୍ରେଲ ୨୩ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅପ୍ରେଲ ୨୯ରେ, ପଞ୍ଚମ ପର୍ଯ୍ୟାୟ ମତଦାନ ମଇ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମଇ ୧୨ରେ, ସପ୍ତମ ପର୍ଯ୍ୟାୟ ମତଦାନ ମଇ ୧୯ରେ ଅନୁଷ୍ଠିତ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories