www.samajalive.in
Saturday, December 6, 2025
23.1 C
Bhubaneswar

ପାକିସ୍ତାନରେ ସବୁ ଆତଙ୍କୀ ଶିବିର ଧ୍ଵଂସ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ

ୱାଶିଂଟନ: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଛି। ଏହି ଦେଶର ମାଟିରେ ଆଦଙ୍କାବାଦୀଙ୍କ ଜନ୍ମ ହେଉଛି। ତେଣୁ ଏଠାରୁ ଆତଙ୍କବାଦୀମାନଙ୍କୁ ସମ୍ପୂର୍ଣ୍ଣ ନିପାତ କରିବା ଜରୁରୀ। ପାକିସ୍ତାନରେ ରହିଥିବା ସବୁ ଆତଙ୍କୀ ଶିବିରକୁ ଧ୍ଵଂସ କରିବାକୁ ଆମେରିକା ସଂସଦରେ ପ୍ରସ୍ତାବ ଆଗତ କରାଯାଇଛି। ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ଏହ ପ୍ରସ୍ତାବ ଆଣିଛନ୍ତି।

ସଂସଦରେ ଅନୁଷ୍ଠିତ ପ୍ରତିନିଧିମାନଙ୍କ ସଭାରେ ସ୍କଟ ପେରିଙ୍କ ଦ୍ବାରା ଆଗତ ହୋଇଥିବା ପ୍ରସ୍ତାବରେ ଭାରତର ପୁଲୱାମାରେ ଗତ ଫେବୃୟାରୀ ୧୪ରେ ହୋଇଥିବା ଆତଙ୍କବାଦୀ ଅକ୍ରମଣକୁ ନିନ୍ଦା କରାଯାଇଛି, ଯେଉଁଥିରେ ୪୦ରୁ ଊର୍ଦ୍ଧ୍ଵ ଯବାନଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ସ୍କଟ ପେରି କହିଛନ୍ତି ଯେ, ଆତଙ୍କବାଦ ପାଇଁ ପାକିସ୍ତାନ ଉତ୍ତରଦାୟୀ ରହିବାର ସମୟ ଆସିଛି। ପାକିସ୍ତାନ ମାଟିରୁ ଆତଙ୍କବାଦୀଙ୍କୁ ମୂଳରୁ ନିପାତ କରିବାକୁ ଆମେରିକା ପ୍ରୟାସ କରୁଛି। ଏହାସତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ଦେଖାଉଛି, ଯାହାର ଲମ୍ବା ଇତିହାସ ରହିଛି। ସେ ଆହୁରି କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଯୋଗୁ ସାଧାରଣ ଜନତାଙ୍କ ଜୀବନ ହାନି ଘଟୁଛି। ଆକ୍ରମଣକୁ ରୋକିବା ବଦଳରେ ପାକିସ୍ତାନ କଠୋରପନ୍ଥୀ ଆତଙ୍କୀମାନଙ୍କୁ ଆଲିଙ୍ଗନ କରୁଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories