www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶା ଗସ୍ତ ପୂର୍ବରୁ ମୋଦୀଙ୍କ ଟ୍ୱିଟ୍ ; ବିଜେଡି ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ଓ କଂଗ୍ରେସ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ

ଭୁବନେଶ୍ବର : ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟକୁ କରି ଆକ୍ରମଣାତ୍ମକ ଟ୍ୱିଟ କରିଛନ୍ତି । ଟ୍ୱିଟରେ ମୋଦୀ ଲେଖିଛନ୍ତି ଯେ, ଓଡିଶାର ପ୍ରିୟ ଭାଇ ଓ ଭଉଣୀମାନେ । କୋରାପୁଟ ଜିଲ୍ଲାରେ ଏକ ସାଧାରଣ ସଭାରେ ଆପଣମାନଙ୍କ ସହ କଥା ହେବା ପାଇଁ ମୁଁ ଉତ୍ସାହିତ । ବିଜେଡି ରାଜ୍ୟର ସାଧାରଣ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ଓ କଂଗ୍ରେସ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ । ଓଡ଼ିଶା ଏକ ଭଲ ସରକାର ପାଇଁ ହକଦାର ଓ ବିଜେପି ଏହା ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟରେ କହିଛନ୍ତି । ଏହି ଟ୍ୱିଟ ଉଭୟ ବିଜେଡି ଏବଂ କଂଗ୍ରେସ ଦଳ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ।

- Advertisement -

ସୂଚନାଯୋଗ୍ୟ, ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମୀରଟ, ଉତ୍ତରାଖଣ୍ଡର ରୁଦ୍ରପୁର ଏବଂ ଜାମ୍ମୁରେ ପ୍ରଚାର କାର୍ୟ୍ୟକ୍ରମ ସାରିବା ପରେ ଆଜି ଓଡିଶା ଗସ୍ତରେ ଆସୁଛନ୍ତି । କୋରାପୁଟ ଜିଲା ଜୟପୁରର ଏକମ୍ବା ପଡ଼ିଆରେ ହେବାକୁ ଥିବା ବିଜେପିର ଦଳୀୟ କାର୍ୟ୍ୟକ୍ରମରେ ମୋଦୀ ଯୋଗ ଦେଇ ପ୍ରଚାର ଅଭିଯାନ ଆରମ୍ଭ କରିବେ। ଏହି ସଭାରେ କୋରାପୁଟ ଏବଂ ନବରଙ୍ଗପୁର ଲୋକସଭା ଆସନ ସମତେ ୧୪ଟି ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀଙ୍କ ସମେତ ବରିଷ୍ଠ ନେତାମାନେ ଯୋଗଦେବେ।  ମୋଦୀଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories