www.samajalive.in
Saturday, December 13, 2025
26.1 C
Bhubaneswar

ସମସ୍ତ ମନୋସ୍କାମନା ପୂରଣ ପାଇଁ କରନ୍ତୁ ଏହି ବ୍ରତ ! ଏହାକୁ କଲେ ମନପସନ୍ଦ ଜୀବନ ସାଥୀ ମିଳେ

ବ୍ରତ ବା ଉପବାସର ଆଧ୍ୟତ୍ମିକ ଓ ବୈଜ୍ଞାନିକ ମହତ୍ଵ ରହିଛି । ବୈଜ୍ଞାନିକ ମତ ଅନୁଯାୟୀ ବ୍ରତ କରିବା ଦ୍ବାରା ଶରୀର ସୁସ୍ଥ ରହେ ଏବଂ ଆଧ୍ୟତ୍ମିକ ରୂପେ ବ୍ରତ କରିବା ଦ୍ବାରା ମନ ଓ ଆତ୍ମା ନିୟନ୍ତ୍ରିତ ରହିଥାଏ। ଯେପରି ଅଲଗା ପୂଜା ପାଇଁ ଅଲଗା ବ୍ରତ ରହିଛି, ସେହିପରି ପ୍ରତି ମନୋସ୍କାମନା ପୂରଣ ପାଇଁ ମଧ୍ୟ ଅଲଗା ବ୍ରତ ରହିଛି । ତେବେ ଆସନ୍ତୁ ଜାଣିବା ମନୋସ୍କାମନା ପୂରଣ ପାଇଁ କେଉଁ ବ୍ରତ ରଖିବେ ।

ବ୍ରତଗୁଡିକ ମଧ୍ୟରୁ ସବୁଠୁଁ ଗୁରୁତ୍ଵପୂର୍ଣ୍ଣ ବ୍ରତ ହେଉଛି ଏକାଦଶୀ, ପୂର୍ଣ୍ଣିମା, ଅମବ୍ୟାସ ଏବଂ ନବରାତ୍ରି । ଏକାଦଶୀ ବ୍ରତ କରିବା ଦ୍ବାରା ମନରେ ସ୍ଥିରତା ଆସିଥାଏ । ଏହା ସହ ଧନ ଓ ଆରୋଗ୍ୟ ପ୍ରାପ୍ତି ହୋଇଥାଏ ।

- Advertisement -

ପୂର୍ଣ୍ଣିମା ବା ଅମବ୍ୟାସ ବ୍ରତ କରିବା ଦ୍ବାରା ଦୁଶ୍ଚିନ୍ତା ଦୂର ହୁଏ । ନବରାତ୍ରି ବ୍ରତ କରିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଦ୍ଧି ହେବା ସହ ବର୍ଷ ବର୍ଷ ଧରି ସୁସ୍ଥ ରହିବେ ।

ଧନ ଓ ସମୃଦ୍ଧି ପ୍ରାପ୍ତି ପାଇଁ ଶୁକ୍ରବାର ବ୍ରତ ରଖିବା ସହ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ଏହା ସହ ଏହି ଦିନ ଧଳା ରଙ୍ଗର ଖାଦ୍ୟ ପଦର୍ଥ ଗ୍ରହଣ କରିବା ସହ ଲୁଣ ଓ ଖଟା ଖାଆନ୍ତୁ ।

ମନପସନ୍ଦ ଜୀବନ ସାଥୀଙ୍କ ପାଇଁ ସୋମବାର ଦିନ ବ୍ରତ ରଖିବା ସହ ଶିବ ଓ ପାର୍ବତୀଙ୍କୁ ପୂଜା କରନ୍ତୁ । ଶିବ ଲିଙ୍ଗ ଉପରେ ବେଲ ପତ୍ର ତଥା ଜଳ ଅର୍ପିତ କରିବା ସହ ପାର୍ବତୀ ମଙ୍ଗଳ ପାଠ କରନ୍ତୁ ।

ଅନ୍ୟ ସମସ୍ତ ମନୋସ୍କାମନ ପୂରଣ କରିବା ପାଇଁ ଏକାଦଶୀ ବ୍ରତ କରିବା ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ । ଏହା ସହ ବିଷ୍ଣୁ ସହସ୍ରନାମ ଓ ଶ୍ରୀମଦ୍ ଭଗବତ ପାଠ କରନ୍ତୁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories