www.samajalive.in
Friday, December 12, 2025
17.1 C
Bhubaneswar

ବିଜେପୁରରେ ବିଜେଡି,ବିଜେପି ଓ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ, ପରସ୍ପର ପରସ୍ପର ଉପରେ ଦୋଷ ଲଦିଲେ

ବିଜେପୁର: ବିଜେପୁର ନିର୍ବାଚନର ପ୍ରଚାର ଗୁରୁବାରରେ ଶେଷ ହୋଇଛି । ଶେଷ ଦିନରେ ତିନି ଦଳ ବିଜେପୁରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପ୍ରଥମେ ବିଜେପି ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ପରେ ବିଜେଡି ଓ ଶେଷରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ବିଜେଡି ସରକାରରେ ଶ୍ରମମନ୍ତ୍ରୀ ଥିବା ସୁଶାନ୍ତ ସିଂ ଅପରାଧୀଙ୍କ ସହ ସମ୍ପର୍କ ରଖିଥିବା କଥା କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଥିଲେ । ଏଥିପାଇଁ ସେ ଅନେକ ଫଟୋଚିତ୍ର ପ୍ରଦର୍ଶନ କରିଥିଲେ ।ଏଠାରେ ରାଜନୈତିକ ଲଢେଇ ନୁହେଁ କିଛଇ ସରକାରୀ ଅଧିକାରୀ ନିର୍ବାଚନ ଲଢୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି  ।ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ର ମନ୍ତ୍ରୀ  ଜୁଏଲ ଓରାମ୍,ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା,  ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ, ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଜେପୁର ଉପନିର୍ବାଚନ ପାଇଁ ମତଦାନ ପୂର୍ବରୁ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛି ବିଜେପି । ବିଜେପିର ଏକ ପ୍ରତି ନିଧି ମଣ୍ଡଳ ବିଜେପୁରରେ  ଅବାଧ ଓ ମୁକ୍ତ ଉପନିର୍ବାଚନ ପାଇଁ ବରଗଡ ଜିଲ୍ଲାପାଳ ଜାମିନ ଷଡଙ୍ଗୀ ଓ ଏସପି ଜୟନାରାୟଣ ପଙ୍କଜଙ୍କୁ  ଭେଟିଛନ୍ତି ।

- Advertisement -

ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରିଛି । କେନ୍ଦ୍ର ମନ୍ତ୍ରୀଙ୍କ ପାଖରେ ପ୍ରମାଣ ଥିଲେ ନିର୍ବାଚନ ଆୟୋଗଙ୍କ ପାଖକୁ ଯାଆନ୍ତି , ବିନା ତଥ୍ୟ ପ୍ରମାଣରେ ଏପରି କହିବା ଠିକ ନୁହେଁ ବୋଲି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଚାଲୁଣୀ କହୁଛି ଛୁଞ୍ଚିକୁ ବିଜେପିରେ ଅନେକ ଦୋଷ ଦୁର୍ବଳତା ରହି ଓ କେନ୍ଦ୍ରମନ୍ତ୍ରୀ ଧଳ ସାମନ୍ତ ବା ଡି ବଦର୍ସଙ୍କ ସହ ଫଟୋ ଉଠାଇ ଏପରି କହିବା ଶୋଭା ଦେଉ ନାହିଁ  ବୋଲ ପ୍ରସନ୍ନ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ସେ ନେତା ଶ୍ରୀକାନ୍ତ ଜେନା କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ କରିଥିଲ । ଉଭୟ ବିଜେଡି  ଓ ବିଜେପି ଟଙ୍କା ଦେଇ ଭୋଟରଙ୍କୁ ମନାଇବା ପାଇଁ ଚେଷ୍ଟା କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

୨୪ ତାରିଖରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ । ଏଥିପାଇଁ ୨୮୧ଟି ବୁଥର ବ୍ୟବସ୍ଥା ରହିଛି  ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories