www.samajalive.in
Friday, December 12, 2025
23.1 C
Bhubaneswar

ଚୀନର ଦୋମୁହାଁ ନୀତିକୁ ଆମେରିକାର କଡ଼ା ସମାଲୋଚନା

ୱାଶିଂଟନ: ଆତଙ୍କବାଦ ପ୍ରସଙ୍ଗରେ ଚୀନର ଦୋମୁହାଁ ନୀତିକୁ ଆମେରିକା କଡ଼ା ସମାଲୋଚନା କରିଛି। ଗୋଟିଏ ପଟେ ଚୀନ ନିଜ ଦେଶରେ ୧୦ ଲକ୍ଷ ମୁସଲମାନଙ୍କୁ ନିର୍ଯାତନା ଦେଉଛି, ଅନ୍ୟପଟେ ଇସଲାମିକ ଆତଙ୍କବାଦୀ ସଂଗଠନକୁ ସୁରକ୍ଷା ଯୋଗାଉଛି। ଚୀନର ଏଭଳି ଲଜ୍ଜାଜନକ କପଟତାକୁ ବିଶ୍ବବାସୀ କ୍ଷମା ଦେବେନି ବୋଲି ଆମେରିକାର ସଚିବ ମାଇକ ପମ୍ପିଓ ଏକ ପ୍ରେସ ବିବୃତିରେ କହିଛନ୍ତି।

ଏହି ଅବସରରେ ପମ୍ପିଓ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ମାସୁଦ ଆଝାରର ଉଦାହରଣ ଦେଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବା ନେଇ ଆମେରିକା, ଫ୍ରାନ୍ସ, ବ୍ରିଟେନ ଏବଂ ଭାରତର ପ୍ରସ୍ତାବକୁ ଚୀନ ପ୍ରତ୍ୟାଖ୍ୟାନ କରି ଆତଙ୍କବାଦୀଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରଦର୍ଶନ କରିଛି ବୋଲି ପମ୍ପିଓ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୨୦୧୭ ଏପ୍ରିଲରୁ ଜିନଜିଆଙ୍ଗରେ ଚୀନ ବିଭିନ୍ନ ଗୋଷ୍ଠୀର ପ୍ରାୟ ୧୦ ଲକ୍ଷ ମୁସଲମାନଙ୍କୁ ଅଟକ ରଖିଛି। ତୁରନ୍ତ ସେମାନଙ୍କୁ ଚୀନ ମୁକ୍ତ କରିବା ସହ ମୁସଲମାନଙ୍କ ପ୍ରତି ଦମନ ବନ୍ଦ କରିବା ଉଚିତ।

Hot this week

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

Related Articles

Popular Categories