www.samajalive.in
Saturday, December 13, 2025
23.1 C
Bhubaneswar

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବୟାନବାଜି

ନୂଆଦିଲ୍ଲୀ: ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି। ସେନା ପ୍ରମୁଖ ବିପିନ ରାୱତ୍‌ ଏ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ଘୋର ବିରୋଧ କରିଛି ଅଲ ଇଣ୍ଡିଆ ୟୁନାଇଟେଡ଼ ଡେମୋକ୍ରେଟିକ ଫ୍ରଣ୍ଟ(ଏଆଇୟୁଡିଏଫ)। ଏଆଇୟୁଡିଏଫର ମୁଖ୍ୟ ବଦରୁଦ୍ଦିନ ଅଜମଲ ସେନା ପ୍ରମୁଖଙ୍କ ମନ୍ତବ୍ୟକୁ ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ମତ ଦେଇଛନ୍ତି। ବଡ଼ ରାଜନୈତିକ ଦଳର କୁଶାସନ ହେତୁ ଏଆଇୟୁଡିଏଫ ପରି ଦଳର ଶକ୍ତିବୃଦ୍ଧି ହେଉଛି ଏଥିରେ ସେନା ପ୍ରମୁଖ ଚିନ୍ତିତ ହେବାର କାରଣ କ’ଣ ବୋଲି ଶ୍ରୀ ଅଜମଲ ପାଲଟା ଟ୍ୱିଟ୍‌ କରିଛନ୍ତି। ଅପରପକ୍ଷରେ ବଡ଼ ରାଜନୈତିକ ଦଳର କୁଶାସନ ମନ୍ତବ୍ୟକୁ କଂଗ୍ରେସ ଓ ଏନସିପି ପରି ଦଳ ବିରୋଧ କରିଛନ୍ତି।
ସେନା ପ୍ରମୁଖ ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ସମ୍ପର୍କରେ ସୂଚନା ଦେଇ ଦେଶରେ ଯେଉଁ ଅନୁପାତରେ ବିଜେପିର ଶକ୍ତି ବୃଦ୍ଧି ପାଉଛି ତା’ଠାରୁ ଅଧିକ ବେଗରେ ଶ୍ରୀ ଅଜମଲଙ୍କ ଦଳ ଶକ୍ତିଶାଳୀ ହେବାରେ ଲାଗିଛି। ବାଂଲାଦେଶୀ କେବଳ ଅନୁପ୍ରବେଶ ପାଇଁ ନୁହେଁ ବରଂ ଏଠାକାର ଜମି ଉପରେ କବଜା କରିବାକୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ସେନା ପ୍ରମୁଖ ମନ୍ତବ୍ୟ ଦେଇଥିଲେ। ସେହିପରି ସେନା ପ୍ରମୁଖ ଦେଶର ପଶ୍ଚିମ ପଡ଼ୋଶୀ (ଚୀନ) ଓ ଉ୍‌ତ୍ତର ପଡ଼ୋଶୀ (ପାକିସ୍ତାନ)ର ଘନିଷ୍ଠତା ଦେଶରେ ଏଭଳି ସମସ୍ୟାକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ କରିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories