www.samajalive.in
Thursday, December 11, 2025
13.1 C
Bhubaneswar

ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ପ୍ରାର୍ଥୀ ପତ୍ର ଦାଖଲର ଆଜି ଶେଷ ଦିନ

ନୂଆଦିଲ୍ଲୀ : ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସୋମବାର ହେଉଛି ମନୋନୟନପତ୍ର ଦାଖଲ ଶେଷ ଦିନ । ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ୯୧ଟି ନିର୍ବାଚନ ମଣ୍ଡଳୀରେ ଏହି ଦିନ ଭୋଟ୍‍ ଗ୍ରହଣ କରାଯିବ। ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଲୋକସଭା ଆସନ ଏବଂ ତେଲଙ୍ଗାନାର ୧୭ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ କରାଯିବ। ସେହିପରି ଉତ୍ତରପ୍ରଦେଶର ୮ଟି, ମହାରାଷ୍ଟ୍ରର ୭ଟି, ଉତ୍ତରାଖଣ୍ଡ ଓ ଆସାମର ୫ଟି ଲେଖାଏଁ, ବିହାର ଏବଂ ଓଡ଼ିଶାର ୪ଟି ଲେଖାଏଁ ଆସନ, ଜାମ୍ମୁ ଓ କାଶ୍ମୀର-ଅରୁଣାଚଳପ୍ରଦେଶ-ମେଘାଳୟ ଏବଂ ପଶ୍ଚିମବଙ୍ଗର ଦୁଇଟି ଲେଖାଏଁ ଆସନ ଏବଂ ଛତିଶଗଡ଼, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକିମ୍‍, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଏବଂ ଲାକ୍ଷାଦୀପର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଏପ୍ରିଲ ୧୧ ତାରିଖରେ ମତଦାନ କରାଯିବ।
ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ, ଓଡ଼ିଶାର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୨୮ଟି ଏବଂ ସିକିମ୍‍ର ସମସ୍ତ ୩୨ଟି ବିଧାନସଭା ଆସନ ତଥା ଅରୁଣାଚଳ ପ୍ରଦେଶର ସମସ୍ତ ୬୦ଟି ବିଧାନସଭା ଆସନ ପାଇଁ ମଧ୍ୟ ଆଜି ସନ୍ଧ୍ୟା​​‌ରେ ମନୋନୟନ ପତ୍ର ଦାଖଲ ଶେଷ ହେବ। ମଙ୍ଗଳବାର ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଆସନ୍ତା ୨୮ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ମେ’ ୨୩ ତାରିଖରେ ଭୋଟ ଗଣନା କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories