www.samajalive.in
Thursday, December 11, 2025
16.1 C
Bhubaneswar

୨ଟି ଆସନରୁ ଲଢ଼ିବେ ରାହୁଲ; ବିଜେପି କହିଲା ହାରିବା ଭୟ ଘାରିଛି

ନୂଆଦିଲ୍ଲୀ: ଆଗାମୀ ଲୋକ ସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨ଟି ଆସନରୁ ପ୍ରାର୍ଥୀ ହେବେ। ଉତ୍ତର ପ୍ରଦେଶର ଆମେଥି ସହ କେରଳର ୱାୟନାଡ ଆସନରୁ ରାହୁଲ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି। କେରଳ ରାଜ୍ୟ କଂଗ୍ରେସ ପକ୍ଷରୁ ଏ ନେଇ ରାହୁଲଙ୍କୁ ପ୍ରସ୍ତାବ ଦିଆଯାଇଛି। ରାହୁଲ ଏହି ଆସନରେ ନିର୍ବାଚନ ଲଢ଼ିଲେ ଦଳ ଦକ୍ଷିଣରେ ମଜଭୁତ ହେବ ବୋଲି କୁହାଯାଇଛି। ତେବେ ଏହି ପ୍ରସ୍ତାବକୁ ପ୍ରଥମେ ଗୁରୁତ୍ବ ଦେଇ ନ ଥିଲେ ମଧ୍ୟ ପରେ ଏହା ଉପରେ ବିଚାର କରିବାକୁ ରାହୁଲ କହିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଦଳୀୟ ପ୍ରାର୍ଥୀ ତାଲିକା ଏବଂ ନିର୍ବାଚନ ପ୍ରଚାର କାର୍ଯ୍ୟ ଚୂଡାନ୍ତ କରିବା ଲାଗି ଅନୁଷ୍ଠିତ ବୈଠକରେ କେରଳ ପିସିସି ସଭାପତି ମୁଲ୍ଲାପାଲ୍ଲି ରାମଚନ୍ଦ୍ର, ବିରୋଧୀ ଦଳ ନେତା ରମେଶ ଚେନ୍ନିତାଲ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ଏହି ସମୟରେ ମୁଲ୍ଲାପାଲ୍ଲି ରାହୁଲଙ୍କ ପ୍ରାର୍ଥିତ୍ବ ସମ୍ବନ୍ଧରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। କଂଗ୍ରେସର ଏକ ଗଡ଼ ଭାବେ ପରିଚିତ ୱାୟନାଡ ସମ୍ବନ୍ଧ​‌ରେ ତାଙ୍କର ବି​‌ଶେଷ ଜ୍ଞାନ ନ ଥିବା ଦର୍ଶାଇ ରାହୁଲ ପ୍ରଥମେ ଏହି ପ୍ରସ୍ତାବକୁ ଏଡାଇ ଯାଇଥିଲେ। ଅନ୍ୟପଟେ ନିଜର ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶର ଆମେଥିରୁ ଲଢିବାକୁ ସେ ନିଷ୍ପତ୍ତି ଗ୍ରହଣ କରିସାରିଥିବା ରାହୁଲ ଦର୍ଶାଇଥିଲେ। କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଦିନେଶ ଗୁଣ୍ଡୁ ରାଓ ମଧ୍ୟ ରାହୁଲଙ୍କୁ ନିଜ ରାଜ୍ୟରୁ ପ୍ରାର୍ଥୀ ହେବା ଲାଗି ପ୍ରସ୍ତାବ ଦେଇଥିବା ଜଣାପଡିଛି।

ଅନ୍ୟପଟେ ବିଜେପି ଏହାକୁ ଉପହାସ କରିଛି। ଦଳ ପକ୍ଷରୁ କୁହାଯାଇଛି, ଆମେଥିରେ ସ୍ମୃତି ଇରାନୀ ବିଜେପି ପ୍ରାର୍ଥୀ ହୋଇଛନ୍ତି। ସେଠାରେ ସ୍ମୃତିଙ୍କ ଲୋକପ୍ରିୟତା ଅଧିକ ଥିବାରୁ ରାହୁଲ ହାରିଜିବା ଆଶଙ୍କାରେ ଡରିଯାଇଛନ୍ତି। ତେଣୁ ସେ ଅନ୍ୟତ୍ର ପ୍ରାର୍ଥୀ ହେବାକୁ ଯୋଜନା କରୁଛନ୍ତି ବୋଲି ବିଜେପି କହିଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories