ବେଙ୍ଗାଲୁରୁ: କିଛି ସପ୍ତାହର କଳ୍ପନାଜଳ୍ପନା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ. ଡି. ଦେବେଗୌଡାଙ୍କ ପ୍ରାର୍ଥିତ୍ବକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଦେବେଗୌଡା କର୍ଣ୍ଣାଟକର ଟୁମ୍କୁର୍ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ସ୍ଥିର ହୋଇଛି। ସେ ଉଭୟ ଜେଡିଏସ୍ ଏବଂ କଂଗ୍ରେସର ମିଳିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ତାଙ୍କ ଦଳ ଜେଡିଏସ୍ ପକ୍ଷରୁ କୁହାଯାଇଛି। ସେ ଗତ ସପ୍ତାହରେ ତାଙ୍କ ନିର୍ବାଚନମଣ୍ଡଳୀ ଦକ୍ଷିଣ କର୍ଣ୍ଣାଟକର ହାସନରୁ ନିଜ ନାତି ପ୍ରଜ୍ବଳ ରେବଣାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ। ଜେଡିଏସ୍ ନିକଟରେ ଥିବା ଅନ୍ୟ ଏକ ଲୋକସଭା ଆସନ ମାନ୍ଦ୍ୟାରୁ ଦେବେଗୌଡା ତାଙ୍କର ଆଉ ଜଣେ ନାତି ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ. ଡି କୁମାରସ୍ବାମୀଙ୍କ ପୁଅ ନିଖିଳ କୁମାରସ୍ବାମୀଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପ୍ରଜ୍ବଳ ଇତିମଧ୍ୟରେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ସେଥିରେ ନିଜର ମୋଟ ସ୍ଥାବର ସମ୍ପତ୍ତି ପରିମାଣ ୧,୬୪,୮୬,୬୩୨ ଟଙ୍କା ଓ ୧୫ ଲକ୍ଷ ନଗଦ ଟଙ୍କା ଘୋଷଣା କରିଛନ୍ତି। ତାଙ୍କ ନିକଟରେ କାର ନ ଥିବାବେଳେ ଏକ ଟ୍ରାକ୍ଟର ଓ ୨୦ଟି ଗୋରୁଥିବା ସେ ଦର୍ଶାଇଛନ୍ତି।
Popular Categories



