www.samajalive.in
Saturday, December 6, 2025
19.1 C
Bhubaneswar

ରାବଣ ଶେଷ ନିଶ୍ବାସ ତ୍ୟାଗ ସମୟରେ ଦେଇଥିବା ତିନୋଟି ଗୁରୁମନ୍ତ୍ର

ଧର୍ମଗ୍ରନ୍ଥ ରାମାୟଣରେ ରାମ ଓ ରାବଣଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି। ରାମାୟଣ ଅନୁଯାୟୀ, ପ୍ରଭୁ ଶ୍ରୀରାମ ଲଙ୍କାଧିପତି ରାବଣଙ୍କ ବଧ କରିଥିଲେ। କିନ୍ତୁ ରାବଣ ଜଣେ ମହାପଣ୍ଡିତ ଥିଲେ। ରାବଣଙ୍କ ପିତା ଜଣେ ଋଷି ଥିବା ବେଳେ ତାଙ୍କ ମାତା ଅସୁର ଥିଲେ। ରାବଣ ଆଶୀର୍ବାଦ ପ୍ରାପ୍ତି କରିବା ପାଇଁ ଭଗବାନ ଶିବଙ୍କର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦେଇଥିଲେ। ଭଗବାନ ଶିବ ଜାଣି ଥିଲେ ଯେ, ରାବଣ ନିଜର ସ୍ବାର୍ଥ ପାଇଁ ତପସ୍ୟା କରୁଛନ୍ତି। ତଥାପି ଶିବ ତାଙ୍କୁ ଆଶୀର୍ବାଦ ଦେଲେ। ରାବଣଙ୍କୁ ଆଶୀର୍ବାଦ ମିଳିବା ପରେ ସେ ଖୁବ ଶକ୍ତିଶାଳୀ ହୋଇଗଲା। ତାପରେ ସୀତା ହରଣ ପରେ ପ୍ରଭୁ ଶ୍ରୀରାମଙ୍କ ଦ୍ବାରା ବଧ ହେଲା। ଏହାପରେ ରାବଣ ଯେତେବେଳେ ଶେଷ ନିଶ୍ବାସ ନେଉଥିଲେ ସେତେବେଳେ ସେ ଶ୍ରୀରାମଙ୍କ ଭାଈ ଲକ୍ଷ୍ମଣଙ୍କୁ ଜୀବନରେ ସଫଳ ପାଇବା ପାଇଁ ତିନୋଟି ମୂଲ୍ୟବାନ କଥା କହିଥିଲେ।

ରାବଣ ଯେତେବେଳେ ନିଜର ଶେଷ ନିଶ୍ବାସ ନେଉଥିଲେ ଶ୍ରୀରାମ ଲକ୍ଷ୍ମଣଙ୍କୁ କହିଲେ ଯେ, ରାବଣଙ୍କ ନିକଟକୁ ଯାଇ ସଫଳ ଜୀବନର ଅମୂଲ୍ୟ ମନ୍ତ୍ର ଗ୍ରହଣ କର। ଲକ୍ଷ୍ମଣ ପ୍ରଭୁ ରାମଙ୍କର ଏହି କଥା ଶୁଣି ରାବଣଙ୍କ ମୁଣ୍ଡ ନିକଟରେ ଯାଇ ଛିଡା ହେଲେ। କିନ୍ତୁ ରାବଣ କିଛି କହିଲେନି। ଏହାପରେ ଲକ୍ଷ୍ମଣ ଶ୍ରୀରାମଙ୍କ ନିକଟକୁ ଫେରି ଆସି ସମ୍ପୂର୍ଣ୍ଣ କଥା ଜଣାଇଲେ। ତାପରେ ପ୍ରଭୁ କହିଲେ ଯେ, କୌଣସି ବ୍ୟକ୍ତିଙ୍କ ଠାରୁ କିଛି ଜାଣିବାକୁ ହେଲେ ସର୍ବଦା ତାଙ୍କ ପାଦ ନିକଟରେ ଛିଡା ହେବା ଉଚିତ।

- Advertisement -

ଏହା ଶୁଣି ଲକ୍ଷ୍ମଣ ପୁନଶ୍ଚ ରାବଣଙ୍କ ନିକଟକୁ ଯାଇଥିଲେ। ରାବଣ ଲକ୍ଷ୍ମଣଙ୍କୁ ସଫଳ ଜୀବନର ତିନୋଟି ଗୁରୁମନ୍ତ୍ର କହିଥିଲେ। ସେହି ତିନୋଟି ମନ୍ତ୍ର ହେଲା :

କୌଣସି ଶୁଭ କିମ୍ବା ଭଲ କାର୍ଯ୍ୟ କରିବାକୁ ଇଚ୍ଛା ଥିଲେ ତାହାକୁ ଶୀଘ୍ର କରନ୍ତୁ। କାରଣ କାର୍ଯ୍ୟ ଯେତେ ଶୀଘ୍ର ହେବ ତାହା ଉତ୍ତମ। ଯେପରି ରାବଣ ରାମଙ୍କ ଶରଣକୁ ଆସିବାକୁ ଡେରି କରିଦେଲେ। ଯାହାଦ୍ବାରା ତାଙ୍କର ମୃତ୍ୟୁ ହୋଇଥିଲା।

ଦ୍ବିତୀୟ ମନ୍ତ୍ର ହେଉଛି, କେବେ ହେଲେ ନିଜ ଶତ୍ରୁକୁ ଛୋଟ କିମ୍ବା କ୍ଷମତାହୀନ ଭାବିବା ଉଚିତ ନୁହେଁ। କାରଣ ରାବଣ ପ୍ରଭୁ ଶ୍ରୀରାମଙ୍କ ଛୋଟ ଭାବିବା ତାଙ୍କର ଭୁଲ ଥିଲା। ଯେତେବେଳେ ରାବଣ ବ୍ରହ୍ମାଙ୍କୁ  ଅମର ହେବା ପାଇଁ ବର ମାଗିଥିଲେ ସେତେବେଳେ ତାଙ୍କ ବ୍ରହ୍ମା କହିଥିଲେ ଯେ, ମନୁଷ୍ୟ ଓ ମାଙ୍କଡ ବ୍ୟତୀତ ତୁମକୁ କେହି ମାରି ପାରିବେ ନାହିଁ। କିନ୍ତୁ ରାବଣ ମନୁଷ୍ୟ ଓ ମାଙ୍କଡଙ୍କୁ ହୀନ ମନେ କରୁଥିଲେ। ଯାହା ରାବଣଙ୍କ ବଡ ଭୁଲ ଥିଲା।

ତୃତୀୟ ମନ୍ତ୍ର ହେଉଛି, କେବେ ବି କାହାକୁ ନିଜ ଜୀବନର କୌଣସି ଗୁପ୍ତ କଥା କହିବା ଉଚିତ ନୁହେଁ। କାରଣ ରାବଣଙ୍କ ମୃତ୍ୟୁର ରହସ୍ୟ ବିଭୀଷଣ ଜାଣିଥିଲେ। ଯାହାଦ୍ବାରା ରାମ ତାଙ୍କୁ ବଧ କରିବାରେ ସକ୍ଷମ ହେଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories