www.samajalive.in
Saturday, December 6, 2025
26.1 C
Bhubaneswar

ସହଜ ଛାତ୍ର ଭିଜା ତାଲିକାରୁ ଭାରତକୁ ବାଦ ଦେଲା ବ୍ରିଟେନ

ବ୍ରିଟେନ: ପୁଣି ଭାରତ ପ୍ରତି ବ୍ରିଟେନ କଠୋର ହୋଇଛି। ସହଜ ଛାତ୍ର ଭିଜା ତାଲିକାରୁ ବ୍ରିଟେନ ଭାରତକୁ ବାଦ୍‌ ଦେଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ ସରକାର ଅନେକ ଥର ଭାରତ ସହ ସମ୍ପର୍କକୁ ତାଙ୍କ ଦେଶ ଗୁରୁତ୍ଵ ଦେଉଥିବା କହିଆସୁଛନ୍ତି। କିନ୍ତୁ ବ୍ରିଟେନରେ ଅଧ୍ୟୟନ କରିବା ଲାଗି ରହିଥିବା ସହଜ ଛାତ୍ର ଭିଜା ମାନଦଣ୍ଡର ସଂଶୋଧନରେ ଭାରତ ପ୍ରତି କୌଣସି ବ୍ୟବସ୍ଥା କରାଯାଇନାହିଁ। ୨୬ଟି ଦେଶ ବ୍ରିଟେନର ସହଜ ଛାତ୍ର ଭିଜା ତାଲିକାରେ ରହିଛନ୍ତି। ବ୍ରାଜିଲ, କାଜାଖସ୍ତାନ, ମରିସସ, ଓମାନ, ପେରୁ ଏବଂ ଟୁନିସିଆ ଭଳି ରାଷ୍ଟ୍ରକୁ ନୂତନ ଭାବେ ସାମିଲ କରାଯାଇଥିବା ବେଳେ ଭାରତକୁ ବାଦ ଦିଆଯାଇଛି। ଭାରତ କେତେକ ମାନଦଣ୍ଡ ପୂରଣ କରୁ ନ ଥିବାରୁ ତାଲିକାରେ ସାମିଲ ହୋଇନାହିଁ ବୋଲି ବ୍ରିଟେନ ସରକାରୀ ସୂତ୍ରରୁ କୁହାଯାଇଛି।

ତେବେ ବ୍ରିଟେନ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରାଯାଇଛି। ଏହି ନିଷ୍ପତ୍ତି ଉପରେ ବ୍ରିଟେନ ହାଉସ ଅଫ ଲର୍ଡ୍ସର ସଦସ୍ୟ ତଥା ଅନ୍ତର୍ଜାତୀୟ ଛାତ୍ର ବ୍ୟାପାର ପରିଷଦର ସଭାପତି କରନ ବିଲିମୋରିଆ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାରତ ଖୁବଶୀଘ୍ର ବ୍ରିଟେନକୁ ପଛରେ ପକାଇ ବିଶ୍ଵର ୫ମ ବୃହତ ଅର୍ଥନୀତି ହେବାକୁ ଯାଉଛି। ବିଗତ କିଛିବର୍ଷ ମଧ୍ୟରେ ବିଦେଶରେ ଅଧ୍ୟୟନରେ ଭାରତୀୟ ଛାତ୍ରୀଛାତ୍ର ସଂଖ୍ୟା ବୃଦ୍ଧି ପାଇଛି। ମାତ୍ର ଭାରତକୁ ବ୍ରିଟେନ ୨ୟ ଥର ପାଇଁ ସହଜ ଛାତ୍ର ଭିଜା ତାଲିକାରୁ ବାଦ ଦେଇ ନିଜର ଔଦ୍ଧତ୍ୟ ଦେଖାଇଛି। ଭାରତର ଅନେକ ମେଧାବୀ ଛାତ୍ରୀଛାତ୍ର ବିଶ୍ଵର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି। ଭାରତୀୟ ଛାତ୍ରଙ୍କ ଲାଗି ଭିଜା ମାନଦଣ୍ଡକୁ ସହଜ କରା ନ ଯିବା ଫଳରେ ବ୍ରିଟେନ ଅନେକ ମେଧାବୀ ଭାରତୀୟ ଛାତ୍ରୀଛାତ୍ରଙ୍କୁ ହରାଇବ।

- Advertisement -

ସୂଚନାଯୋଗ୍ୟ, ସହଜ ଛାତ୍ର ଭିଜା ତାଲିକାରେ ରହିଥିବା ଦେଶଗୁଡିକର ଛାତ୍ରୀଛାତ୍ରମାନେ ବ୍ରିଟେନରେ ଅଧ୍ୟୟନ କରିବା ଲାଗି ଭିଜା ପାଇଁ ଆବେଦନ କଲେ ସେମାନଙ୍କ ପାଇଁ କୋହଳ ମାନଦଣ୍ଡ ରହିବ। ୨୦୧୮ରେ ବ୍ରିଟେନ ଚୀନକୁ ତାଲିକାରେ ସାମିଲ କରିଥିଲାବେଳେ ଭାରତକୁ ବାଦ୍‌ ଦେଇଥିଲା। ଏଥର ମଧ୍ୟ ସମାନ ଆଭିମୁଖ୍ୟ ଆପଣାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories