www.samajalive.in
Saturday, December 13, 2025
26.1 C
Bhubaneswar

‘ଯୋଜନା ପ୍ରସ୍ତୁତ କରିବା କାମ ସରକାରଙ୍କର; ଅଦାଲତର ନୁହେଁ’

ନୂଆଦିଲ୍ଲୀ : କୌଣସି ଯୋଜନା ପ୍ରସ୍ତୁତ କରିବା ସରକାରଙ୍କ କାମ। ଅଦାଲତ ଏଥିରୁ ଦୂରରେ ରହିବା ଉଚିତ; ତେବେ ସରକାର ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବା ଉଚିତ। ଏଭଳି ମତ ଦେଇଛନ୍ତି ସୁପ୍ରିମକୋର୍ଟ। ବିଚାରପତି ଏ.ଏମ୍‌ ସାପ୍ରେଙ୍କ ନେତୃତ୍ବଧୀନ ପୀଠ ଉତ୍ତରାଖଣ୍ଡ ସୀମାନ୍ତ ସଡ଼କ ସଂସ୍ଥାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ରାଜ୍ୟ ହାଇକୋର୍ଟ ନିଜ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରିବା ଘଟଣାରେ ଏଭଳି ମତ ଦେଇଛନ୍ତି। ଏଥିସହିତ ପୀଠ ଉତ୍ତରାଖଣ୍ଡ ହାଇକୋର୍ଟକୁ ତୀବ୍ର ସମାଲୋଚନା କରିଛନ୍ତି। ସମ୍ବିଧାନର ଧାରା ୨୨୬ ଉଦ୍ଦୃତ ପୂର୍ବକ ଏହା ଅଦାଲତର କାମ ନୁହେଁ; ଅଦାଲତ କେବଳ ସରକାରଙ୍କୁ ଏଥିନିମନ୍ତେ ନିର୍ଦେଶ ଦେଇପାରିବେ ବୋଲି ଜଷ୍ଟିସ ସାପ୍ରେ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏହି ରାୟକୁ ‘ଏକ ଦୃଷ୍ଟାନ୍ତ’ ବୋଲି ପୀଠ ଦର୍ଶାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories