www.samajalive.in
Sunday, December 7, 2025
13.1 C
Bhubaneswar

ପାରିକରଙ୍କ ଦେହାନ୍ତ ପାଇଁ ବାତିଲ ହେଲା ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‍

ମୁମ୍ବଇ : ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ କାରଣରୁ ‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରର ପୋଷ୍ଟର ଲଞ୍ଚ୍‍କୁ ବାତିଲ କରାଯାଇଛି। କିଛିଦିନ ପୂର୍ବରୁ ଏହାର ପ୍ରଥମ ପୋଷ୍ଟର ଜାରି କରାଯାଇଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଚଳଚ୍ଚିତ୍ରର ଦ୍ୱିତୀୟ ପୋଷ୍ଟର ୧୮ ମାର୍ଚ୍ଚରେ ରିଲିଜ୍‍ କରିବାର ଥିଲା। ତେବେ ଏହାକୁ ବାତିଲ କରାଯିବା ପରେ ପୁଣି କେବେ ଏହି ପୋଷ୍ଟର ରିଲିଜ୍‍ ହେବ ଏନେଇ କୌଣସି ସୂଚନା ମିଳିନାହିଁ।

ରବିବାର ସନ୍ଧ୍ୟାରେ ପାରିକରଙ୍କ ବିୟୋଗ ଘଟିଛି। ଦୀର୍ଘଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ନିକଟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାକୁ ଲାଗିଥିଲା। ତେଣୁ ତାଙ୍କୁ ଗୋଆ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ବହୁ ଚେଷ୍ଟା ପରେ ମଧ୍ୟ ସେମାନେ ପାରିକରଙ୍କୁ ବଞ୍ଚାଇ ପାରିନଥିଲେ।

- Advertisement -
image courtesy-moneycontrol.com

ପାରିକର ୪ଥର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ ତୁଲାଉଥିଲେ। ଏହାବ୍ୟତୀତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୬ରେ ପାକିସ୍ତାନ ବିରୋଧରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକରେ ତାଙ୍କର ବହୁତ ବଡ଼ ଅବଦାନ ଥିଲା।

‘ପିଏମ୍‍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ରରେ ଅନେକ ପ୍ରସିଦ୍ଧ କଳାକାର ଅଭିନୟ କରିଛନ୍ତି। ବିବେକ ଓବରୟ ଚଳଚ୍ଚିତ୍ରରେ ମୋଦୀଙ୍କ ଭୂମିକା ବହନ କରିଛନ୍ତି। ଓମଙ୍ଗ୍‍ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଏପ୍ରିଲ ୧୨ ତାରିଖରେ ମୁକ୍ତିଲାଭ କରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories