www.samajalive.in
Friday, December 12, 2025
15.1 C
Bhubaneswar

ନିଜର ଟିଭି ଚ୍ୟାନେଲ ଆରମ୍ଭ କରିବେ ସଲମାନ: ସିଫ୍ଟ ହେବ ‘ଦି କପିଲ୍‍ ଶର୍ମା ଶୋ’!

ମୁମ୍ବଇ : ବଡ଼ ପରଦା ସହ ଟେଲିଭିଜନ୍‍ ଜଗତରେ ମଧ୍ୟ ଦୀର୍ଘଦିନ ଧରି ସକ୍ରିୟ ଥିବା ବଲିଉଡ଼ ଅଭିନେତା ସଲମାନ ଖାନ୍‍ ଏବେ ନିଜର ଏକ ଟିଭି ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ଯଦି ଅନୁମତି ମିଳେ ତାହେଲେ ତାଙ୍କ ପ୍ରଯୋଜନାରେ ନିର୍ମିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦି କପିଲ୍‍ ଶର୍ମା ଶୋ’କୁ ସେ ନିଜ ଟିଭିି ଚ୍ୟାନେଲକୁ ସିଫ୍ଟ କରିପାରନ୍ତି ଅର୍ଥାତ୍‍ ନିଜ ଚ୍ୟାନେଲରେ ପ୍ରସାରିତ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ସୂଚନା ଅନୁସାରେ, ଚ୍ୟାନେଲ ଆରମ୍ଭ କରିବା ପାଇଁ ସଲମାନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ଏଥିପାଇଁ ତାଙ୍କୁ ବହୁତ ସାରା କଣ୍ଟେଣ୍ଟର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ, ସଲମାନ ନିଜ ସଂସ୍ଥା ‘ବିଙ୍ଗ୍‍ ହ୍ୟୁମାନ୍‍’ ପରେ ଏବେ ‘ବିଙ୍ଗ୍‍ ଚିଲଡ଼୍ରେନ୍‍’ ନାମକ ଆଉ ଏକ ସଂସ୍ଥା ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସୂଚନା ଅନୁସାରେ, ପିଲାମାନଙ୍କ ଶିକ୍ଷା, ସ୍କୁଲ୍‍ ଓ ଲାଳନପାଳନକୁ ଆଖି ଆଗରେ ରଖି ଏହି ସଂସ୍ଥାର ନିର୍ମାଣ କରାଯାଉଛି। ଏଥିସହିତ ପିଲାଙ୍କ ସହ ଜଡ଼ିତ ଆହୁରି ଅନେକ ଜିନିଷ ମଧ୍ୟ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories