www.samajalive.in
Thursday, December 11, 2025
14.1 C
Bhubaneswar

ଦ୍ୱିତୀୟ ରାଜ୍ୟସ୍ତରୀୟ ପୁଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ଚମ୍ପିଆନସିପ୍ ଉଦଯାପିତ

ସମ୍ବଲପୁର : ସମ୍ବଲପୁର ଠାରେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ପୁଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ଚମ୍ପିଆନସିପ୍ ପ୍ରତିଯୋଗୀତା ଶନିବାର ଦିନ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଡା.ଝସକେତନ ସାହୁ ସନ୍ତରଣଗାର ଠାରେ ଉଦଯାପିତ ସମାରୋହରେ ରାଜ୍ୟ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଚାମ୍ପିୟନସିପର ଚେୟାରମ୍ୟାନ୍ ତଥା ଉତ୍ତରାଞ୍ଚଳ ପୁଲିସ୍ ଡିଆଇଜି ସତ୍ୟବ୍ରତ ଭୋଇ, କାର୍ଯ୍ୟକାରୀ ସଚିବ ତଥା ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ସଞ୍ଜୀବ ଅରୋରା ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ତୃତୀୟ ତଥା ଉଦଯାପନୀ ଉତ୍ସବରେ ଆୟୋଜିତ ଫାଇନାଲ ୫୦ ମିଟର ଫ୍ରି-ଷ୍ଟାଇଲ ପ୍ରତିଯୋଗୀତାରେ ସମ୍ବଲପୁର ଜିଲାର ସୁବ୍ରତ କୁମାର ସାହୁ ପ୍ରଥମ, ବୌଦ୍ଧ ଜିଲାର ସୁଶାନ୍ତ ବେହେରା ଦ୍ୱିତୀୟ ଓ ମୋହନ ଭୋଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗୀତାର ବେଷ୍ଟ ସୁଇମର ଭାବରେ ସମ୍ବଲପୁରର ଋଷଭ ସୁନାଙ୍କୁ ପୁରସ୍କୃତ କରାଯାଇଛି। ସେହିଭଳି ସୁଇମିଙ୍ଗର ଦଳଗତ ଚାମ୍ପିଆନ୍ ସମ୍ବଲପୁର ଜିଲା ଅଧିକାର କରିଥିବା ବେଳେ କଟକ ଦଳ ରର୍ନସ ଅଫ ପୁରସ୍କାର ଲାଭ କରିଛନ୍ତି।

କ୍ରସ କଣ୍ଟ୍ରିର ୧୦ କି.ମି ଦୌଡରେ ବ୍ୟକ୍ତିଗତ ପ୍ରତିଯୋଗୀତାରେ ଭଞ୍ଜନଗରର ଅଶୋକ ଡନସନା ପ୍ରଥମ, ରାଉରକେଲାର କୈଳାଶ କୁମ୍ଭାର ଦ୍ୱିତୀୟ ଓ ମାଲକାନଗିରିର କୃତିବାସ ଭୁମିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି କ୍ରସ କଣ୍ଟ୍ରିର ୧୦ କି.ମି ଦୌଡରେ ଦଳଗତ ପ୍ରତିଯୋଗୀତାରେ ଖୋର୍ଦ୍ଧା ଦଳ ପ୍ରଥମ, ରାଉରକେଲା ଦଳ ଦ୍ୱିତୀୟ ଓ ଦେବଗଡ ଦଳ ତତୃୀୟ ସ୍ଥାନ ଅଧିକାର କରିଥିଲେ। ଚମ୍ପିଆନସିପ୍ ର ସମସ୍ତ କୃତୀ ପ୍ରତିଯୋଗୀ ଓ ଦଳ ଗୁଡିକୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories