www.samajalive.in
Saturday, December 13, 2025
26.1 C
Bhubaneswar

ପାହାନ୍ତାରୁ ମାତୁଛନ୍ତି ଅପରାଧୀ; ସିକ୍ୟୁରିଟି ଗାର୍ଡଙ୍କୁ ଗୁଳି, ଫୁଟପାଥରେ ଶୋଇଥିବା ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵର ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଛି। ପୂରା ସହର ଅପରାଧୀଙ୍କ କବଜାକୁ ଚାଲିଯାଇଛି। କିଛିଦିନର ଆପରାଧିକ କାର୍ଯକଳାପରୁ ଏହା ସ୍ପ​‌ଷ୍ଟ ଜଣାପଡ଼ୁଛି। ଗତ ଶୁକ୍ରବାର ସହରରେ ସିରିଜ ଲୁଟ ଘଟଣା ଘଟିଥିବାବେଳେ ଶନିବାର ପାହାନ୍ତାରୁ ପୁଣି ମାତିଛନ୍ତି ଅପରାଧୀ। ଟଙ୍କାପାଣି ରୋଡରେ ଥିବା ଏକ କଲ୍ୟାଣମଣ୍ଡପର ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ହୋଇଥିବାବେଳେ ମାଷ୍ଟରକ୍ୟାଣ୍ଟିନ ଛକରେ ଫୁଟ୍‌ପାଥରେ ଶୋଇଥିବା ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଲୁଟ, ଗୁଳିମାଡ଼, ଆକ୍ରମଣ ଭଳି ଘଟଣା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ମୁତାବକ, ଶନିବାର ଭୋର ସମୟରେ ଟଙ୍କପାଣି ରୋଡରେ ଥିବା ଏକ କଲ୍ୟାଣ ମଣ୍ଡପରେ ୨ ଦୁର୍ବୃତ୍ତ ପହଞ୍ଚିଥିଲେ। ସିକ୍ୟୁରିଟି ଗାର୍ଡଙ୍କୁ ସେମାନେ ମାଲିକଙ୍କ ବିଷୟରେ ପଚରାଉଚରା କରିଥିଲେ। ମାଲିକ ଏଠାରେ ନ ଥିବା ସିକ୍ୟୁରିଟି ଗାର୍ଡ କହିଥିଲେ। ଏହା ପରେ ସେମାନେ ପୁରୀରୁ ଆସିଥିବା କହିବା ସହ ପିଇବାକୁ ପାଣି ମାଗିଥିଲେ। ସିକ୍ୟୁରିଟି ଗାର୍ଡ ତାଙ୍କୁ ପାଣି ଦେଇଥିଲେ। ପାଣି ପିଇବା ପରେ ତଳେ ଟଙ୍କା ପଡ଼ିଛି ବୋଲି ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ। ସିକ୍ୟୁରିଟି ଗାର୍ଡ ତଳୁ ଟଙ୍କା ଉଠାଇବା ବେଳେ ତାଙ୍କ ପିଠିକୁ ଗୁଳି କରି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ମେଡିକାଲ ନିଆଯାଇଥିଲା। ତାଙ୍କ ଡାହାଣ ପିଠିରେ ଗୁଳି ବାଜିଛି।

- Advertisement -

ଅନ୍ୟପଟେ ଶନିବାର ଭୋର ସମୟରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳର ଫୁଟପାଥରେ ଶୋଇଥିବା ୨ ଯୁବକଙ୍କୁ ଦୁଇଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ପଥରେ ଛେଚି ଦେଇଥିବାବେଳେ ଅନ୍ୟ ଜଣେ ଯୁବକଙ୍କୁ ବଲ୍ଲାରେ ଆକ୍ରମଣ କରିଛନ୍ତି। ଉଭୟ ଯୁବକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ଉଭୟ ଘଟଣାର ତଦନ୍ତ ଚଳାଇଛି। କିନ୍ତୁ କୌଣସି ଘଟଣାରେ ଅଭିଯୁକ୍ତଙ୍କ ଟେର ପାଇପାରି ନାହିଁ। ସୂଚନାଯୋଗ୍ୟ, ଗତ ଶୁକ୍ରବାର ଭୋର ସମୟରେ ଶୈଳଶ୍ରୀବିହାର ଅଞ୍ଚଳରେ ଜଣେ ମହିଳା ଏବଂ ତାଙ୍କ ସ୍ବାମୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଲୁଟ କରିଥିଲେ। ଏହାବ୍ୟତୀତ ପଟିଆ ଓ ବିଡିଏ କଲୋନୀ ଏବଂ ରଘୁନାଥପୁର ଅଞ୍ଚଳରେ ଲୁଟ ଘଟଣା ଘଟିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories