www.samajalive.in
Saturday, December 13, 2025
26.1 C
Bhubaneswar

ଜୀବନରେ ସଫଳତା ପାଇବାର ମନ୍ତ୍ର

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳ ହେବା ପାଇଁ ଇଚ୍ଛା କରିଥାଆନ୍ତି। ସଫଳତା ପାଇବା ପାଇଁ ବ୍ୟକ୍ତିମାନେ ଅନେକ ପ୍ରକାରର ପୂଜାପାଠ ଓ ବ୍ରତ ରଖିଥାଆନ୍ତି। ଏହା ବ୍ୟତୀତ ଅନେକ କାର୍ଯ୍ୟ କରିଥାଆନ୍ତି। କିନ୍ତୁ ଏତେ ସବୁ କାର୍ଯ୍ୟ କରିବା ପରେ ମଧ୍ୟ ବ୍ୟକ୍ତିଙ୍କୁ ସଫଳତା ମିଳି ନ ଥାଏ। ଏଥିରୁ ନିରାଶ ହୋଇ ବ୍ୟକ୍ତିମାନେ ଭାବନ୍ତି ଯେ, ସଫଳତା କିପରି ପାଇବେ?

କୁହାଯାଇଛି ଯେ, ସଫଳତା ପାଇବା ପାଇଁ ପ୍ରଥମେ ବାହାର ଦୁନିଆ ଦେଖିବା ପୂର୍ବରୁ ନିଜକୁ ଦେଖିବା ଉଚିତ। ମନୁଷ୍ୟ ଭିତରେ ତିନୋଟି ଦର୍ପଣ ରହିଛି ଯେପରି, ପରିଶ୍ରମ, ସଚ୍ଚୋଟତା ଓ ଭଲ ଗୁଣ।

- Advertisement -

ଜୀବନରେ ସଫଳତା ପାଇବା ପାଇଁ ଏହି ତିନୋଟି ଦର୍ପଣକୁ ମନେ ରଖିବା ଉଚିତ। ପରିଶ୍ରମ ବିନା କୌଣସି କାର୍ଯ୍ୟ​‌ରେ କେହି ସଫଳତା ପାଇବାକୁ ହେଲେ ସର୍ବଦା କଠୋର ପରିଶ୍ରମ କରିବା ଉଚିତ। ପରିଶ୍ରମ ଦ୍ବାରା ସଫଳତା ମିଳିଲେ ଆତ୍ମବିଶ୍ବାସ ବୃଦ୍ଧି ପାଇଥାଏ।

ଜୀବନରେ ଦ୍ବିତୀୟ ଦର୍ପଣ ହେଉଛି ସଚ୍ଚୋଟତା। ସର୍ବଦା ନିଜ ପ୍ରତି ହେଉ କି ଅନ୍ୟ ପ୍ରତି ହେଉ ସଚ୍ଚୋଟ ରହିବା ଉଚିତ। କାରଣ ଏହାଦ୍ବାରା କରାଯାଇଥିବା କାର୍ଯ୍ୟରେ ଉଚିତ ଫଳ ପ୍ରାପ୍ତି ହୋଇଥାଏ। ସଚ୍ଚୋଟତା ଦ୍ବାରା ସମସ୍ତଙ୍କ ମନରେ ଏକ ବିଶ୍ବାସ ଜାତ ହୋଇପାରିବ। ତେଣୁ ସର୍ବଦା ସଚ୍ଚୋଟ ରହିବା ଉଚିତ।

ଜୀବନରେ ଭଲ ଗୁଣ ସମସ୍ତଙ୍କ ପାଖରେ କିଛି ନା କିଛି ରହିଥାଏ। ସର୍ବଦା ନିଜେ ଚେଷ୍ଟା କରିବା ଉଚିତ ଯେ, ଅନ୍ୟ ଠାରୁ କିଛି ଭଲ ଗୁଣ ଶିଖିବା ଉଚିତ। କାରଣ ପ୍ରାୟତଃ ବ୍ୟକ୍ତି ଅନ୍ୟମାନଙ୍କର ଭଲ ଗୁଣ ଦେଖି ଈର୍ଷା କରିଥାଆନ୍ତି। ତେଣୁ ତାହା ଉପରେ ନଜର ନ ଦେଇ ସର୍ବଦା ନିଜେ ଭଲ  ହେବାକୁ ଚେଷ୍ଟା କରନ୍ତୁ। କାରଣ ସତ ଓ ଭଲ ଗୁଣ କେବେ ହେଲେ କାହା ପାଖରେ ହାର ମାନେ ନାହିଁ।

ଏହି ତିନୋଟି ନିୟମ ମାନି ଚଳୁଥିବା ବ୍ୟକ୍ତି ଜୀବନରେ ସଫଳତା ପାଇଥାଆନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories