ମେ’ ୧ ରୁ ରାଉରକେଲାକୁ ବିମାନ ସେବା
ରାଉରକେଲା: ଆସନ୍ତା ମେ’ ମାସରୁ ରାଉରକେଲାକୁ ବିମାନ ସେବା ଆରମ୍ଭ ହେବାର ଆଶା ରହିଛି। ଏଏଆଇ ଡିଜିଏମ୍ ରାଜିବ ହଣ୍ଡା ଗତ ୯ ତାରିଖରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ନିର୍ବାହୀ ସଂଘ ସଭାପତି ଓ ଏନ୍ଆଇଟି ପୂର୍ବତନ ଛାତ୍ରସଂଘକୁ ଲେଖିଥିବା ପତ୍ରରେ ଏହା ଉଲ୍ଲେଖ ରହିଛି। ରାଉରକେଲା ବିମାନ ଘାଟି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପରିଚାଳନା ଅଧୀନରେ ଥିବାରୁ ଡିଜିସିଏଠାରୁ ଅନୁମତି ଆଣିବା ପାଇଁ ଏଏଆଇ ଅନୁରୋଧ କରିଛି। ପ୍ରାଥମିକ ପର୍ଯ୍ୟାୟରେ ରାଉରକେଲାଠାରୁ ଭୁବନେଶ୍ୱର ଓ କୋଲକତାକୁ ବିମାନ ସେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।