www.samajalive.in
Saturday, December 13, 2025
26.1 C
Bhubaneswar

ପୁଲୱମା ଶହୀଦମାନଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେବେ କଳାକାର

ନୂଆଦିଲ୍ଲୀ: ପଦ୍ମବିଭୁଷଣରେ ସମ୍ମାନିତ ଏବଂ ରାଜ୍ୟସଭାକୁ ମନୋନୀତ ହୋଇଥିବା ସଦସ୍ୟ ସୋନଲ ମାନସିଂହ, ପ୍ରଖ୍ୟାତ ଚିତ୍ରକାର ସତୀଶ ଗୁଜରାଲ, ଲୋକପ୍ରିୟ ଶାସ୍ତ୍ରୀୟ ଗାୟିକା ଶନୋ ଖୁରାନାଙ୍କ ସମେତ ୪୦ ଜଣ ଜଣାଶୁଣା କଳାକାର ପୁଲୱମା ଶହୀଦମାନଙ୍କୁ ନିଆରା ଢଙ୍ଗରେ ଶ୍ରାଦ୍ଧଞ୍ଜଳି ଅର୍ପଣ କରିବେ। ମାର୍ଚ୍ଚ ୧୭ରେ ଏହି କାର୍ଯ୍ୟକର୍ମ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମର ସଂଯୋଜିକା ପ୍ରସିଦ୍ଧ ନୃତ୍ୟାଙ୍ଗନା ଶୋଭନା ନାରାୟଣ କହିଛନ୍ତି ଯେ ପୁଲୱମା ଆକ୍ରମଣରେ ସହୀଦ ହୋଇଥିବା ସେନାନୀଙ୍କ ପାଇଁ କଳାକାର ଜଗତ ମଧ୍ୟ ବ୍ୟଥିତ। ସମ୍ପୃକ୍ତ ଯବାନମାନେ ଦେଶର ସୁରକ୍ଷା ପାଇଁ ଆତ୍ମବଳି ଦେଇଥିବାରୁ କଳାକାରମାନେ ସେମାନଙ୍କ ପ୍ରତି ଏକତା ଭାବ ପ୍ରଦର୍ଶନ କରିବା ସହ ଇଣ୍ଡିଆ ଇଣ୍ଟରନେଶନାଲ ସେଣ୍ଟରରେ ନୃତ୍ୟ, ଗୀତ ଓ କବିତା ମାଧ୍ୟମରେ ଶ୍ରଦ୍ଧା ସୁମନ ଅର୍ପଣ କରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories