www.samajalive.in
Saturday, December 6, 2025
26.1 C
Bhubaneswar

ମସଜିଦରେ ୩୦ ଜଣଙ୍କୁ ହତ୍ୟା; ନମାଜ ପାଠ ବେଳେ ଆଖିବୁଜା ଗୁଳିମାଡ଼ କଲେ ଆତତାୟୀ

ନ୍ୟୁଜିଲାଣ୍ଡ: ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରରେ ଥିବା ୨ଟି ମସଜିଦରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। କେତେଜଣ ଆତତାୟୀ ଆଖିବୁଜା ଗୁଳିମାଡ଼ କରି ପାଖାପାଖି ୩୦ ଜଣଙ୍କୁ ହତ୍ୟା କରିଥିବା ନ୍ୟୁଜିଲାଣ୍ଡ ଗଣମାଧ୍ୟମରୁ ସୂଚନା ମିଳିଛି। ଏଥିରେ ବହୁ ସଂଖ୍ୟକ ବ୍ୟକ୍ତି ଆହତ ହୋଇଛନ୍ତି। ଆମ୍ବୁଲାନ୍ସ ଜରିଆରେ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଭାରତୀୟ ସମୟ ଅନୁସାରେ ଶୁକ୍ରବାର ଭୋରରେ ଲୋକମାନେ କ୍ରାଏଷ୍ଟଚର୍ଚ୍ଚର ଅଲ୍‌ ନୁର ମସଜିଦ ଏବଂ ଲିନଉଡ୍‌ ମସଜିଦରେ ନମାଜ ପଢ଼ୁଥିବାବେଳେ ଆତତାୟୀମାନେ ଏହି ଗୁଳିମାଡ଼ କରିଥିଲେ। ଗୁଳି ଶବ୍ଧ ଶୁଣି ଲୋକେ ଭୟଭୀତ ହୋଇ ଏତେତେଣେ ଦୌଡ଼ିବାକୁ ଲାଗିଥିଲେ। ଖବର ମୁତାବକ, ୪ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି। କିନ୍ତୁ ଆଉ କେତେଜଣ ବନ୍ଧୁକଧାରୀ ଏବେ ବି ସହରରେ ସକ୍ରିୟ ଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ପୁଲିସ ପକ୍ଷରୁ ନିକଟରେ ଥିବା ଅନ୍ୟ ମସଜିଦରେ ସଶସ୍ତ୍ର ବାହିନୀଙ୍କୁ ମୁତୟନ କରାଯିବା ସହ ସ୍ଥାନୀୟ ଲୋକଙ୍କୁ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦେଇଛି।

- Advertisement -

ଅନ୍ୟପଟେ ଗୁଳିକାଣ୍ଡରେ କେତେ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ସରକାରୀଭାବେ କୌଣସି ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସେମାନେ ମସଜିଦ ଭିତରେ ଗୁଳିମାଡ଼ର ଶବ୍ଦ ଶୁଣିଛନ୍ତି। ମସଜିଦ ଭିତରେ ଅନେକ ଲୋକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଚାରିଆଡ଼େ ରକ୍ତଛିଟା ପଡ଼ିରହିଛି। ତେବେ ଆକ୍ରମଣ ସମୟରେ ଆକ୍ରମଣକାରୀ ଫେସବୁକରେ ଲାଇଭ ଥିଲେ ବୋଲ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ଏହି ଘଟଣାକୁ ନ୍ୟୁଜିଲାଣ୍ଡ ଇତିହାସର ସବୁଠାରୁ କଳାଦିନ ବୋଲି ବିବେଚନା କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories