www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରତିରକ୍ଷା ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ସମ୍ମାନ ପ୍ରଦାନ ଉତ୍ସବରେ ତିନୋଟି କୀର୍ତ୍ତି ଚକ୍ର ଓ ପନ୍ଦରଟି ସୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କରିଛନ୍ତି। ସଶସ୍ତ୍ର ସେନାର ବୀର ଯବାନମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଦୁଇଟି କୀର୍ତ୍ତିଚକ୍ର ଓ ଗୋଟିଏ ସୌର୍ଯ୍ୟ ଚକ୍ର ମରଣୋତ୍ତର ଭାବେ ପ୍ରଦାନ କରାଯାଇଛି। ପରମ ବିଶିଷ୍ଟ ସେବା ମେଡାଲ ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ସେନାର ବରିଷ୍ଠ ଅଧିକାରୀମାନଙ୍କୁ ୧୫ଟି ପରମ ବିଶିଷ୍ଟ ସେବା ପଦକ, ଗୋଟିଏ ଉତ୍ତମ ଯୁଦ୍ଧ ସେବା ପଦକ ଏବଂ ୨୫ଟି ଅତି ବିଶିଷ୍ଟ ସେବା ପଦକ ମଧ୍ୟ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories