www.samajalive.in
Saturday, December 13, 2025
26.1 C
Bhubaneswar

ଏହି ରାଶିର ବ୍ୟକ୍ତି କାହାକୁ ନିଜର ଦୁଃଖ ଜଣାଇ ନ ଥାଆନ୍ତି

ଜ୍ୟୋତିଷଶାସ୍ତ୍ର ଅନୁସାରେ, ବ୍ୟକ୍ତିଙ୍କର ଜାତକ ଦେଖି ଅନେକ କଥା ଜଣାପଡିଥାଏ। ଜାତକରେ ଗ୍ରହ ଓ ତାଙ୍କ ରାଶିର ସ୍ଥିତି ଦେଖି ବ୍ୟକ୍ତିଙ୍କ ସ୍ବଭାବ ଓ ଚରିତ୍ର ଜଣାପଡିଯାଏ। ଆସନ୍ତୁ ଜାଣିବା ଏପରି କିଛି ରାଶିର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନେ ତାଙ୍କର ଅସୁବିଧା ଓ ଦୁଃଖ ସମ୍ପର୍କରେ କାହାକୁ ଜଣାଇବାକୁ ଚାହିଁ ନ ଥାଆନ୍ତି।

ଆସନ୍ତୁ ସେହି ରାଶି ଗୁଡିକ କ’ଣ ..

- Advertisement -

କର୍କଟ ରାଶି :

କର୍କଟ ରାଶିର ବ୍ୟକ୍ତିମାନେ ନିଜର କଷ୍ଟ ସର୍ବଦା ଲୁଚାଇ ରଖି ଥାଆନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ରାଶିର ବ୍ୟକ୍ତିମାନେ ଭାବୁକ ଅଟନ୍ତି। ଏମାନେ ଶୀଘ୍ର କାହାକୁ ସାଙ୍ଗ କରି ପାରନ୍ତି ନାହିଁ। ଏମାନେ କାହାକୁ ଦୁଃଖ, କଷ୍ଟ ଦେଇ ନ ଥାଆନ୍ତି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଯେତେ ଅସୁବିଧା ଓ କଷ୍ଟ ଆସିଲେ ମଧ୍ୟ ସେମାନେ ସର୍ବଦା ହସୁ ଥାଆନ୍ତି। ଏହି ବ୍ୟକ୍ତିମାନେ କ’ଣ ଭାବି  ଥାଆନ୍ତି ତାହା ଅନ୍ୟମାନେ ଜାଣିବା ଖୁବ କଷ୍ଟସାଧ୍ୟ ଅଟେ।।

କନ୍ୟା ରାଶି :

ଏହି ରାଶିର ବ୍ୟକ୍ତିମାନେ କାହା ବିଷୟରେ ଅଯଥା ଆଲୋଚନା କରିବାକୁ ପସନ୍ଦ କରନ୍ତି ନାହିଁ। କନ୍ୟା ରାଶିର ବ୍ୟକ୍ତିମାନେ କର୍କଟ ରାଶିର ବ୍ୟକ୍ତିଙ୍କ ପରି ନିଜ ମନର କଥା କାହା ଆଗରେ ପ୍ରକାଶ କରନ୍ତି ନାହିଁ। ଏମାନେ ନିଜର କଷ୍ଟକୁ ଲୁଚେଇ ରଖି ଥାଆନ୍ତି। ନିଜ ଜୀବନର କୌଣସି କଥାକୁ କାହାକୁ କହିବାକୁ ପସନ୍ଦ କରନ୍ତି ନାହିଁ। ଏହି ରାଶିର ବ୍ୟକ୍ତିମାନେ କୌଣସି କାର୍ଯ୍ୟରେ ଅସଫଳତା ପାଇଲେ ମଧ୍ୟ ବାରମ୍ବାର ସଫଳତା ପାଇବାକୁ ଚେଷ୍ଟା କରି ଥାଆନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ବୁଝିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହୋଇ ନ ଥାଏ।

ବିଛା ରାଶି :

ବିଛା ରାଶିର ବ୍ୟକ୍ତିଙ୍କ ବିଶ୍ବାସ ସହଜରେ ପାଇ ହୁଏ ନାହିଁ। କାରଣ ଏମାନେ ଅନ୍ୟ କାହା ସହ ମିଶିବାକୁ ଭଲ ପାଆନ୍ତି ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ରାଶିର ବ୍ୟକ୍ତି ନିଜ ଦୁଃଖ ଓ କଷ୍ଟ ସହ ଏକା ଲଢିବାକୁ ପସନ୍ଦ କରନ୍ତି। ନିଜ ଉପରେ ଏମାନଙ୍କର ଆତ୍ମବିଶ୍ବାସ ପ୍ରଗାଢ ରହିଥାଏ। ନିଜ ସମସ୍ୟା ସହ ଲଢି ତାହାର ବାଟ କାଢିବାକୁ ସକ୍ଷମ ହୋଇଥିବାରୁ ଏହି ରାଶିର ବ୍ୟକ୍ତି ଅନ୍ୟ ସମ୍ମୁଖରେ ନିଜର କଷ୍ଟ କହି ନ ଥାଆନ୍ତି।

କୁମ୍ଭ ରାଶି :

କୁମ୍ଭ ରାଶିର ବ୍ୟକ୍ତିଙ୍କ ଉପରେ କୌଣସି ସଙ୍କଟ ଆସିଲେ ସେମାନେ ତାକୁ ଗମ୍ଭୀର ଭାବେ ନେଇଥାଆନ୍ତି। ନିଜର ଅସୁବିଧା କେହି ନ ଜାଣନ୍ତୁ ଏହା ସେମାନେ ଚାହିଁ ଥାଆନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ କାହାକୁ ଜଣାଇ ନ ଥାଆନ୍ତି। ନିଜର ବିଶ୍ବସ୍ତ ବାଧ୍ୟ କଲେ ସେମାନଙ୍କୁ କିଛି ଅସୁବିଧା ଜଣାଇ ଥାଆନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories