www.samajalive.in
Sunday, December 7, 2025
18.1 C
Bhubaneswar

ପୁଣି କାଟ ଖାଇଲା ବ୍ରେକ୍‍ସିଟ୍‍ ରାଜିନାମା

ନୂଆଦିଲ୍ଲୀ: ୟୁରୋପୀୟ ସଂଘ ସହ ରାଜିନାମାରୁ ଓହରିଯିବା ପାଇଁ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ପ୍ରସ୍ତାବ ଦ୍ୱିତୀୟ ଥର ପାଇଁ ୧୪୯ ଭୋଟରେ କାଟ୍‍ ଖାଇଯାଇଛି। ହାଉସ୍‍ ଅଫ୍‍ କମନ୍ସରେ ଏହି ପ୍ରସ୍ତାବ ସପକ୍ଷରେ ୨୪୨ଟି ଭୋଟ୍‍ ମିଳିଥିବା ବେଳେ ବିପକ୍ଷରେ ୩୯୧ଟି ଭୋଟ୍‍ ପଡ଼ିଛି। ମେ’ଙ୍କ ରାଜିନାମାକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତି ବିରୁଦ୍ଧରେ କଞ୍ଜରଭେଟିବ୍‍ ପାର୍ଟିର ୭୫ ଜଣ ସାଂସଦ ବିଦ୍ରୋହ କରିଥିବାବେଳେ ଲେବର ପାର୍ଟିର ତିନି ଜଣ ସାଂସଦ ପାର୍ଟିର ନେତାମାନଙ୍କ ବିରୁଦ୍ଧରେ ବିଦ୍ରୋହ ପ୍ରକାଶ କରିଛନ୍ତି। ଏହା ଫଳରେ ବର୍ତ୍ତମାନ ବ୍ରିଟେନରେ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି। ୟୁରୋପୀୟ ସଂଘରୁ ଓହରିଯିବା ପାଇଁ ବ୍ରିଟେନ୍‍ ପାଇଁ ମାତ୍ର ଦୁଇ ସପ୍ତାହ ସମୟ ରହିଥିବା ବେଳେ ଏଭଳି ଘଟଣା ସାରା ପରିସ୍ଥିତିକୁ ଓଲଟପାଲଟ କରିଦେଇଛି। ପରାଜୟ ପରେ ପାର୍ଲାମେଣ୍ଟରେ ଉଦବୋଧନ ଦେଲାବେଳେ ଥେରେସା ମେ’ କହିଛନ୍ତି, ସାଂସଦମାନଙ୍କର ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ସେ କହିଛନ୍ତି, ବିନା ରାଜିନାମାରେ ୟୁରୋପୀୟ ସଂଘରୁ ଓହରିଯିବା ଦ୍ୱାରା ବଡ଼ ଧରଣର କ୍ଷତିଘଟିବା କଥା ସେ ଜାଣନ୍ତି ତେଣୁ ବର୍ତ୍ତମାନ ସାଂସଦମାନେ ଆଗକୁ କ’ଣ ପଦକ୍ଷେପ ନେବେ ତାହା ସେମାନଙ୍କ ଉପରେ ନିର୍ଭର କରୁଛି। ଥେରେସା ମେ’ଙ୍କ ବ୍ରେକ୍‍ସିଟ୍‍ ରାଜିନାମା ବର୍ତ୍ତମାନ ଅକାମି ବୋଲି ଘୋଷଣା କରି ବିରୋଧୀ ଦଳ ନେତା ଜେରେମି କରବିନ୍‍ କୋହଳ ବ୍ରେକ୍‍ସିଟ୍‍ ପ୍ରସ୍ତାବ ଗୃହିତ କରିବା ପାଇଁ ମତ ଦେଇଛନ୍ତି। ସେ କହିଛନ୍ତି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରନ୍ତୁ। ବିନା ରାଜିନାମାରେ ୟୁରୋପୀୟ ସଂଘରୁ ଓହରି ଯିବା ପ୍ରସ୍ତାବ ଉପରେ ଆଜି ସାଂସଦମାନେ ଭୋଟ୍‍ ଦେବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories