www.samajalive.in
Saturday, December 13, 2025
26.1 C
Bhubaneswar

ମହାକାଶକୁ ‘ନାସା’ ପଠାଇବ କେବଳ ମହିଳା ମହାକାଶଚାରୀ

ୱାସିଂଟନ୍‌ : ସର୍ବପ୍ରଥମ ଥର ପାଇଁ ଆମେରିକାର ମହାକାଶ ସଂସ୍ଥା ‘ନାସା’ ପକ୍ଷରୁ କେବଳ ମହିଳାଙ୍କୁ ମହାକାଶକୁ ପଠାଯାଉଛି। ଦେଶର ଦୁଇ ମହାକାଶଚାରୀ ଆନ୍ନି ମ୍ୟାକ୍‌​‌େ​‌କ୍ଲନ୍‌ ଓ ଖ୍ରୀଷ୍ଟିନା କୋଚ୍‌ ଚଳିତ ମାସ ୨୯ରେ ମହାକାଶକୁ ଯିବେ ବୋଲି ରବିବାର ଘୋଷଣା କରାଯାଇଛି। ସେମାନେ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ ବାହାରେ ପଦଚାରଣ କରିବେ ବୋଲି କୁହାଯାଇଛି। ୧୯୮୪ରେ ରୁଷ୍‌ର ଶ୍ବେତଲାନା ସାବିସ୍କାୟା ପ୍ରଥମ ମହିଳା ଭାବେ ମହାକାଶକୁ ଯାଇଥିଲେ। ସାଲ୍ୟୁଟ୍‌-୭ ମହାକାଶ ଷ୍ଟେସନ୍‌ ବାହାରେ ପଦପାତ ପୂର୍ବକ ସେ ଇତିହାସ ସୃଷ୍ଟି କରିଥିଲେ। ଏହାର ୩୫ବର୍ଷ ବ୍ୟବଧାନରେ ପୁନର୍ବାର ଇତିହାସ ସୃଷ୍ଟି ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦୁଇ ମହାକାଶଚାରୀଙ୍କୁ ସହାୟତା ପାଇଁ କେବଳ ମହିଳାଙ୍କର ଏକ ଦଳ ଗଠନ କରାଯାଇଛି। ଏଥିରେ ମେରୀ ଲରେନ୍ସ ଓ କ୍ରିଷ୍ଟେନ୍ ଫେସିଅଲ ଏଥିରେ ସଦସ୍ୟା ଅଛନ୍ତି। ହଷ୍ଟନ୍‌ ମହାକାଶ ଯାନ ପ୍ରକ୍ଷେପଣ କେନ୍ଦ୍ରରେ ସେମାନେ ଆବଶ୍ୟକ କାର୍ଯ୍ୟ କରୁଛନ୍ତି। ଏମାନେ ସମସ୍ତେ ୨୦୧୩ରୁ ତାଲିମ ନେଉଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories