www.samajalive.in
Wednesday, December 10, 2025
14.1 C
Bhubaneswar

ମୋଦୀଙ୍କ ବାୟୋପିକ୍‍ ଶୁଟିଂ ସମୟରେ ଆହତ ହେଲେ ବିବେକ ଓବରୟ

ମୁମ୍ବଇ : ପିଏମ୍‍ ମୋଦୀଙ୍କ ବାୟୋପିକର ଶୁଟିଂ ସମୟରେ ଅଭିନେତା ବିବେକ ଓବରୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ସିନ୍‍ ର ଶୁଟିଂ ସମୟରେ ସେ ଖାଲି ପାଦରେ ଗଙ୍ଗାଘାଟ ନିକଟରେ ବରଫ ଉପରେ ଚାଲୁଥିଲେ। ସେହି ସମୟରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ତଳେ ପଡ଼ିଥିବା କୌଣସି ଏକ ଧାରୁଆ ଜିନିଷ ଦ୍ୱାରା ତାଙ୍କ ପାଦରେ କ୍ଷତ ସୃଷ୍ଟି ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆ ଯାଇଥିଲା। ଡାକ୍ତର ସେଠାରେ ତାଙ୍କ ଗୋଡ଼ରେ ଷ୍ଟିଚ୍‍ ପକାଇ ପଟି ବାନ୍ଧିଥିଲେ। ତେବେ ଶୁଟିଂ ସେଟରେ ଉପସ୍ଥିତ ଥିବା ତାଙ୍କ ୟୁନିଟ୍‍ ର ସଦସ୍ୟଙ୍କ କହିବା ଅନୁସାରେ, ବିବେକ ଏବେ ଠିକ୍‍ ଅଛନ୍ତି ଓ ଖୁବଶୀଘ୍ର ପୁଣି ସେ ଶୁଟିଂ କାର୍ଯ୍ୟ ଆରମ୍ଭ କରିଦେବେ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଚଳଚ୍ଚିତ୍ରର ଅନେକ ଗୁରୁତ୍ୱପୂର୍ଣ୍ଣ ଭାଗରେ ମୋଦୀଙ୍କ ପିଲାଦିନର ଜୀବନ ଓ ରାଜନୈତିକ ଯାତ୍ରାକୁ ବାସ୍ତବ ରୂପେ ଦର୍ଶାଇବାକୁ ଚେଷ୍ଟା କରାଯାଉଛି। ଏହି ସିନ୍‍ ଗୁଡ଼ିକୁ ଗଙ୍ଗା ଘାଟ, କଳ୍ପ କେଦାର ମନ୍ଦିର, ମୁଖବା ଗାଁକୁ ସଂଯୋଗ କରୁଥିବା ପୋଲ ଉପରେ ଶୁଟ୍‍ କରାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories