www.samajalive.in
Friday, December 12, 2025
16.1 C
Bhubaneswar

ରାଫେଲ ଫାଇଲ ଚୋରି ହୋଇନି: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଦୁର୍ନୀତି ପ୍ରସଙ୍ଗ ପୁଣି ଏକ ନୂଆମୋଡ଼ ନେଇଛି। ରାଫେଲ କାରବାର ସମ୍ପର୍କିତ ଫାଇଲ ଚୋରି ହୋଇଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଥିଲା। ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କୋର୍ଟଙ୍କୁ ଅବଗତ କରି କହିଥିଲେ ଯେ, ରାଫେଲ କାରବାର ସମ୍ପର୍କିତ ମୂଳ ନଥି ଚୋରି ହୋଇଯାଇଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଫାଇଲ ଚୋରି ହୋଇନାହିଁ, ବରଂ ଫାଇଲର ଫଟୋ କପି(ପ୍ରତିଲିପି) ବାହାରେ ପ୍ରକାଶ କରାଯାଇଛି ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଟର୍ନି ଜେନେରାଲ ବେଣୁଗୋପାଳ ସୁପ୍ରିମକୋର୍ଟଙ୍କୁ ଅବଗତ କରିବା ସମୟରେ କହିଥିଲେ ଯେ, ଆବେଦନକାରୀମାନେ ମୂଳ ନଥିର ଫଟୋ କପିକୁ ବ୍ୟବହାର କରିଛନ୍ତି। ରାଫେଲ ନଥି ଗୋପନୀୟ ହୋଇଥିବାରୁ ସେମାନେ ତାହାର ଫଟୋ କପି କରିନେଇଛନ୍ତି, ଯାହା ବେଆଇନ ବୋଲି ବେଣୁଗୋପାଳ ଦର୍ଶାଇଥିଲେ। ସେ ଫାଇଲ ଚୋରି ହୋଇଯାଇଥିବା ନେଇ କୋର୍ଟରେ ଆଦୌ କହିନାହାନ୍ତି। ବିରୋଧୀମାନେ ମିଛରେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି। ବିରୋଧୀମାନେ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

- Advertisement -

ତେବେ ବେଣୁଗୋପାଳ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରିବା ସମୟରେ ‘ଚୋରି’ ଶବ୍ଦର ବ୍ୟବହାର କରି ଭୁଲ କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ସେ ‘ଚୋରି’ ବଦଳରେ ଅନ୍ୟ କିଛି ଶବ୍ଦ ପ୍ରୟୋଗ କରିବା ଉଚିତ ଥିଲା।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories