www.samajalive.in
Sunday, December 14, 2025
26.1 C
Bhubaneswar

ଜୈସ ଶିବିର ପରିଦର୍ଶନ ଲାଗି ଯାଇଥିବା ଗଣମାଧ୍ୟମ ଦଳକୁ ରୋକିଲା ପାକିସ୍ତାନ

ଜାବା: ଭାରତୀୟ ଯୁଦ୍ଧବିମାନ ଆକ୍ରମଣରେ ଧ୍ୱଂସ ହୋଇଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ବାଲାକୋଟସ୍ଥିତ ଶିବିରକୁ ପରିଦର୍ଶନ ଲାଗି ଯାଇଥିବା ଆନ୍ତର୍ଜାତିକ ଗଣମାଧ୍ୟମ ରଏଟର୍ସ ପ୍ରତିିନିଧି ଦଳକୁ ପାକିସ୍ତାନ ଅଟକାଇଛି। ଭାରତ ବାୟୁସେନାର ଆକ୍ରମଣ ପରେ ଗୁରୁବାର ରଏଟର୍ସ ଦଳ ଘଟଣାସ୍ଥଳ ପରିଦର୍ଶନ ଲାଗି ଯାଇଥିବାବେଳେ ସେମାନଙ୍କୁ ପାକିସ୍ତାନ ସୁରକ୍ଷାବାହିନୀ ଅଟକାଇଛି। ପୂର୍ବରୁ ରଏଟର୍ସ ଦଳ ଏପରି ଦୁଇଥର ଉଦ୍ୟମ କରିଥିବାବେଳେ ସେମାନଙ୍କୁ ଅଟକାଯାଇଥିଲା। ଜୈସ ଦ୍ବାରା ପରିଚାଳିତ ଧାର୍ମିକ ସ୍କୁଲ (ମଦ୍ରାସା) ଥିବା ପାର୍ବତ୍ୟ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଦିଆଯାଇଛି। ପାକିସ୍ତାନ ସୁରକ୍ଷାକର୍ମୀ ଏହି ରାସ୍ତାରେ ସାଧାରଣ ଲୋକଙ୍କ ଯିବା ଆସିବାକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ କହିବା ଅନୁଯାୟୀ ଜୈସ ଶିବିର ଉପରେ ବାୟୁସେନା ଆକ୍ରମଣରେ ବହୁ ସଂଖ୍ୟାରେ ଆତଙ୍କବାଦୀ, ପ୍ରଶିକ୍ଷକ ଓ କମାଣ୍ଡର ପ୍ରାଣ ହରାଇଛନ୍ତି। ପାକିସ୍ତାନ କହିଛି ଯେ ଭାରତର ଆକ୍ରମଣରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନାହିଁ। ଫେବୃଆରୀ ୨୬ରେ ଭାରତ ବାୟୁସେନା ଆକ୍ରମଣ ପରେ ପାକିସ୍ତାନ ସେନାର ଲୋକସମ୍ପର୍କ ବିଭାଗ ଘଟଣାସ୍ଥଳକୁ ବିଦେଶୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରିଦର୍ଶନ ଲାଗି ନେବାକୁ ଦୁଇଥର ଉଦ୍ୟମ କରିଛି। ଖରାପ ପାଗ ଓ ସାଂଗଠନିକ କାରଣ ଯୋଗୁଁ ଏହାକୁ ବାତିଲ କରାଯାଇଥିଲା। ଏବେ ସୁରକ୍ଷା କାରଣ ଦର୍ଶାଇ ପରିଦର୍ଶନ କାର୍ଯ୍ୟ ସ୍ଥଗିତ ରଖାଯାଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories