www.samajalive.in
Sunday, December 14, 2025
26.1 C
Bhubaneswar

ସୁସ୍ମିତା ବାଗ୍‌ଚୀଙ୍କୁ ‘ତୀରତରଙ୍ଗ’ ପୁରସ୍କାର

ଭୁବନେଶ୍ୱର: ସାହିତ୍ୟ ଓ ଫିଚର ପତ୍ରିକା ‘ତୀରତରଙ୍ଗ’ର ଦ୍ୱାବିଂଶ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାମଗ୍ରିକ କୃତୀ ପାଇଁ ଚଳିତ ବର୍ଷର ‘ତୀରତରଙ୍ଗ ପୁରସ୍କାର’ ସାହିତ୍ୟିକା ସୁସ୍ମିତା ବାଗ୍‌ଚୀଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ରବି ପଣ୍ଡା (ଗଳ୍ପ), ଧନଞ୍ଜୟ ସ୍ୱାଇଁ (ଗୀତିକବିତା), ବିଘ୍ନେଶ୍ୱର ସାହୁ (ଫିଚର), ସୁଶାନ୍ତ କୁମାର ନାୟକ (କବିତା), ଅମୀୟ ପାଣ୍ଡବ (ଶ୍ରେଷ୍ଠ ସମ୍ପାଦନା), ସଞ୍ଜୟ ମିଶ୍ର (ପୃଷ୍ଠପୋଷକତା), ଯୁବଗାଳ୍ପିକ ଚିତ୍ତରଞ୍ଜନ ଚିରଞ୍ଜିତ୍‌ଙ୍କୁ ‘ତୀରତରଙ୍ଗ’ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ‘ତୀରତରଙ୍ଗ’ର ସ୍ବନକ୍ଷତ୍ର ବିଶେଷାଙ୍କ ସହ ଚାରିବେଦ ଆଧାରିତ ‘ବୈଦିକ ଚିନ୍ତନ’ ଏବଂ ବନ୍ଦନା ମିଶ୍ରଙ୍କ ଗଳ୍ପ ସଂକଳନ ‘ଏକା ଏକା ଜୀବନ’ ଲୋକାର୍ପିତ କରାଯାଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories