ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର ଯବନିକା ପଡ଼ିଛି । ଶେଷରେ ଆଇନଗତ ଲଢେଇରେ ହାରିଯାଇଛନ୍ତି ସୋନାଲିଙ୍କ ସ୍ବାମୀ କୁହାଯାଉଥିବା ଶ୍ରୀକ୍ଷେତ୍ର ସାମନ୍ତସିଂହାର । ଶ୍ରୀକ୍ଷେତ୍ରଙ୍କୁ ଭୁବନେଶ୍ବରରୁ ଗିରଫ କରିଛି କୃଷ୍ଣପ୍ରସାଦ ପୁଲିସ ।
ଶ୍ରୀକ୍ଷେତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ସୋନାଲି । ସୋନାଲି ନାବାଳିକା ଥିବା ସମୟରେ ଜୋର ଜବରଦସ୍ତ ଉଠାଇ ଆଣି ବିବାହ କରିଥିବା ଅଭିଯୋଗ ଆଣିଥିଲେ ସୋନାଲି । ସେଇ ଆଧାରରେ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।



