www.samajalive.in
Sunday, December 14, 2025
18.1 C
Bhubaneswar

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା ସେବାଶ୍ରମରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ବାଡ଼ି ମାଡ଼ରେ ପ୍ରଥମ ଶ୍ରେଣୀ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି l ସୂଚନା ଅନୁସାରେ ଗତ ରାତିରେ ଏହି ଆଶ୍ରମ ବିଦ୍ୟାଳୟରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରମାନେ ରାତିରେ ଖାଇ ସାରି ଗୋଟିଏ ସେଜରେ ଶୋଇଥିବାବେଳେ ସେଜରେ ତାଙ୍କ ସହ ମିଶି ଶୋଇଥିବା ପ୍ରଥମ ଶ୍ରେଣୀର ଛାତ୍ର ସେଜରେ ପରିଶ୍ରା କରିଦେଇଥିଲେ l

ସେଜରେ ପରିଶ୍ରା କରିବାକୁ ନେଇ ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ଛାତ୍ରମାନେ ସକାଳ ସମୟରେ ମାଡ଼ ମାରିଥିଲେ ଓ ପ୍ରଥମ ଶ୍ରେଣୀର ଛାତ୍ର ଆହତ ହୋଇଥିଲେ ଲ ଏହି ଘଟଣା ସ୍ଥାନୀୟ ସରପଞ୍ଚ ରୋହିତ କହଁର ଖବରପାଇବା ପରେ ତୁରନ୍ତ ପହଞ୍ଚି ନିଜ ଗାଡ଼ିରେ ଗୋଚ୍ଛାପଡା ମେଡିକାଲକୁ ନେଇଥିଲେ l ବିଦ୍ୟାଳୟରେ ମାତ୍ର ୨ଜଣ ଶିକ୍ଷକରେ ଶତାଧିକ ଛାତ୍ରଛାତ୍ରୀ ଅନ୍ତେବାସୀ ଭାବେ ରହି ପାଠ ପଢୁଛନ୍ତି l ପୂର୍ବରୁ ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ ଏବଂ ଏହି ବିଦ୍ୟାଳୟରେ ଛାତ୍ରମାନେ ଆଖିରେ ଫେବିକ୍ଵିକ ପକାଇ ଚର୍ଚ୍ଚା ପରିସରକୁ ଆସିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା l

- Advertisement -

ପରେ ପୁଣି ଅନ୍ୟ ଜଣେ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଅଣାଯାଇଥିବାବେଳେ ନୂତନ ପ୍ରଧାନ ଶିକ୍ଷକଙ୍କ ଅସୁବିଧା ଓ ଦେହ ଅସୁସ୍ଥ ଯୋଗୁଁ ଗୋଟିଏ ଦିନ ଆଗରୁ ଛୁଟିରେ ଥିଲେ ଓ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିଲେ । ତେବେ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବରୁ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ନିଜେ ସଲାଗୁଡା ପଞ୍ଚାୟତ ସରପଞ୍ଚ ରୋହିତ କହଁର ଅସନ୍ତୋଷ ପ୍ରକାଶ କରିଛନ୍ତି l ବାରମ୍ବାର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦେବାକୁ ଦିର୍ଘଦିନ ଧରି ଦାବି କରିଥିବାବେଳେ ଗତ କିଛିଦିନ ତଳେ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଦେଇଥିବାବେଳେ ସଙ୍ଗେସଙ୍ଗେ ପୁଣି ଶିକ୍ଷକ ଜଣକୁ ନେଇ ଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି i ଶତାଧିକ ଛାତ୍ରଛାତ୍ରୀରେ ମାତ୍ର ଦୁଇ ଜଣ ଶିକ୍ଷକଶିକ୍ଷୟିତ୍ରୀ ହୋଇଥିବାବେଳେ ବିଦ୍ୟାଳୟର କାଗଜପତ୍ର କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପଡିଲେ ନାହିଁ ନଥିବା ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ l ବିଦ୍ୟାଳୟର ପରିସ୍ଥିତିକୁ ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ଦେଲେ ବିଦ୍ୟାଳୟରେ ତାଲା ସହ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେବେ ବୋଲି କହିଛନ୍ତି ସଲାଗୁଡା ସରପଞ୍ଚ ରୋହିତ କହଁର l ଏହି ଘଟଣାକୁ ବେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ଅସୁବିଧା ହେତୁ ଓ ଦେହ ଅସୁସ୍ଥ ଥିବାରୁ ଛୁଟିରେ ଥିବାବେଳେ ଏଭଳି ଘଟଣା ଘଟିଛି ବୋଲି କହିଥିବାବେଳେ ଛାତ୍ର ଜଣକୁ ଗୋଚ୍ଛାପଡା ମେଡିକାଲରୁ ପୁଣି ବିଦ୍ୟାଳୟକୁ ନେଇଥିବାବେଳେ ଛାତ୍ର ଜଣକ ସୁସ୍ଥ ଥିବା ସୂଚନା ମିଳିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories