www.samajalive.in
Friday, December 12, 2025
17.1 C
Bhubaneswar

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ – ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ ଗାଁ ର ଲୋକେ। ବେନିୟମ ଭାବେ କାର ରେ ଥୋଇ ଏହ ଚାଉଳ ନେବା ଉଦ୍ୟମ ପାଇଁ ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ କବିରାଜ ଜେନା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେଇଙ୍କୁ ନିଲମ୍ବିତ କରିଛନ୍ତି। ସବିଶେଷ ତଦନ୍ତ କରି ତଥ୍ୟ ପ୍ରଦାନ କରିବା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଜେନା ବିଆରସିସି ଓ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଦାୟିତ୍ଵ ଦେଇଛନ୍ତି। ଚୋରି ହେଉଥିବା ଚାଉଳକୁ ଗୁରୁଡ଼ିଝାଟିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ରଖା ଯାଇଥିବା ବେଳେ ବ୍ୟବହୃତ କାର କୁ ସ୍ଥାନୀୟ ଥାନା ଜିମା ଦିଆଯାଇଛି। ପ୍ରକାଶ ଯୋଗ୍ୟ ଶୁକ୍ରବାର ପୂର୍ବାହ୍ନ ୯ଟା ବେଳେ ବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଏକ କାର ରେ ଚାଉଳ ବୋଝେଇ ହେଉଥିବାର ଗାଁ କିଛି ଯୁବକ ଦେଖିଥିଲେ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପଚାରି ଥିଲେ। ସକାଳୁ ବିଦ୍ୟାଳୟ ଖୋଲି ନ ଥିବାବେଳେ କାର ରେ କୁଆଡେ ଓ କାହିଁକି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଚାଉଳ ଯାଉଛି ବୋଲି କହିବା ସହ ପ୍ରତିବାଦ କରିବା ସହ କାର କୁ ଅଟକ ରଖି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଜେନା ଙ୍କୁ ଖବର ଦେଇଥିଲେ।

ଅଧିକ ପଢନ୍ତୁ -ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

- Advertisement -

ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଵିଆରସିସି ରଞ୍ଜିତ ମହାନ୍ତି ,ସକକାରୀ ବ୍ଲକ ଶିକ୍ଷା ଅଧିକାରୀ ମୁରଲୀଧର ସାହୁ ଓ ସି ଆର ସି ସି ମାନସ ରଞ୍ଜନ ସାହୁ ପ୍ରମୁଖ ବିଦ୍ୟାଳୟ କୁ ପଠାଇ ଥିଲେ। ଏହି ଅଧିକାରୀ ବୃନ୍ଦ ଦେଖିବାକୁ ପାଇଥିଲେ କାର ରେ ୯ ବସ୍ତା ଚାଉଳ ବୋଝେଇ ହୋଇ ରହିଥିଲା । ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସଠିକ ଉତ୍ତର ଦେଇପାରି ନଥିଲେ। ଏହି ଘଟଣା ନେଇ ଗାଁ ରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ପୁଲିସ ପହଁଚି ଥିଲା।
ଅଧିକ ପଢନ୍ତୁ – ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ଉଲ୍ଲେଖ ଯୋଗ୍ୟ ବିଦ୍ୟାଳୟ ରେ ଏତେ ବସ୍ତା ଚାଉଳ ଗଚ୍ଛିତ ଥିବାବେଳେ କିପରି ଶିକ୍ଷା ବିଭାଗର ଅଧିକାରୀ ମାନେ ଜାଣି ପାରି ନଥିଲେ। କେବଳ ନାମକୁ ମାତ୍ର ଲୋକ ଦେଖାଣିଆ ଭାବେ ଅଧିକାରୀ ମାନେ ବିଦ୍ୟାଳୟ ର ସୁପରିଚାଳନା,ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଓ ବିଦ୍ୟାଳୟ ପରିଦର୍ଶନ କରୁଥିବାର ଅଭିଯୋଗ ହୋଇଛି । ଯାହାକି ସେମାନଙ୍କ କାର୍ଯ୍ୟଧାରା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଜେନା କହିଥିଲେ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସୂଚନା ଯୋଗ୍ୟ ଗତ କିଛି ମାସ ପୂର୍ବେ ବ୍ରାହ୍ମଣବସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚାଉଳ ହେରଫେର ଅଭିଯୋଗ ରେ ନିଲମ୍ବିତ ହୋଇଥିଲେ ।

କମୁନି ‘ଧୁରନ୍ଧର’ର କ୍ରେଜ୍।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories